Odisha news

ହୁଡିଂ ଉପରେ ମହୁମାଛି ଆକ୍ରମଣ,ଜଣେ ମୃତ

0
ବାରଙ୍ଗ :  ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଢ଼ି କାମ କରିବାବେଳେ ମହୁମାଛି ଆକ୍ରମଣରେ ହୋଡିଂ ଉପରୁ ଖସିପଡ଼ି ଜଣେ ଯୁବକ ମୃତୁବରଣ କରିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି  ।
ପ୍ରକାଶଯେ, ଗୁରୁବାର ବିଳମ୍ବିତ ରାତିରେ ଏକ  ଆଡ଼ ଭାଇଟାଇଜ ମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇଜଣ ଯୁବକ  ବଙ୍ଗାଳିସାହି ଛକରେ ଥିବା ୫୦ ଫୁଟ ଉଚର ହୋଡିଂଉପରେ ଚଢ଼ି କାମ କରୁଥିଲେ।ଏହିସମୟରେ ହୁଡିଂ ଉପରେ ମହୁମାଛି ଆକ୍ରମଣ କରିବାରୁ  ଜଣେ ଯୁବକ ହୋଡିଂ ଉପରୁ ତଳକୁ ଏକ ପରିତ୍ୟକ୍ତ ଆଜବେଷ୍ଟ ଘର ଉପରେ ଖସି ପଡ଼ିଥିଲେ । ଅନ୍ୟଜଣେ କୌଶଳକ୍ରମେ ଓହ୍ଲାଇ ପଡ଼ିଥିଲେ।ଆଜବେଷ୍ଟ  ଉପରେ ପଡିଥିବା ଯୁବକ ଆଜବେଷ୍ଟସ ଭାଙ୍ଗି ଘର ଭିତରେ ପଡ଼ି  ଗୁରୁତର ଆହତ ହୋଇଥିଲେ । ସଙ୍ଗେସଙ୍ଗେ ତଳେ ଥିବା ଅନ୍ୟ ସହଯୋଗୀ ମାନେ ଗୁରୁତର ଯୁବକଙ୍କୁ ଚିକିତ୍ସା ନିମନ୍ତେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ସେଠାରେ ଡାକ୍ତର  ମୃତ ଘୋଷଣା କରିଥିଲେ ।
ମୃତ ଯୁବକ ହେଉଛନ୍ତି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅଧିନ କୁସପାଙ୍ଗି ଗ୍ରାମର ବିଜୟ କୁମାର ବେହେରା ( ୨୪) । ମୃତକଙ୍କ ପିତା ପ୍ରେମାବେହେରା  କମ୍ପାନୀ କର୍ତ୍ତୃପକ୍ଷଙ୍କ ନାମରେ ବାରଙ୍ଗ ଥାନା  ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି ।
Nalco
Leave A Reply