Odisha news

କାନଫେଷ୍ଟ ୨୦୨୩; ଷଷ୍ଠ ସଂଧ୍ୟାରେ ଦର୍ଶକଙ୍କ ପାଇଁ ମଞ୍ଚସ୍ଥ ହେଲା ଦୁଇଟି ନାଟକ, ଦର୍ଶକଙ୍କ ଖଚାଖଚ ଭିଡ଼

0
ପାରାଦୀପ – ପାରାଦୀପରେ ଚାଲିଥିବା ଜାତୀୟ ନାଟକ ମହୋତ୍ସବ ର ଆଜି ଥିଲା ଷଷ୍ଠ ସଂଧ୍ୟା । ଆଜି ଗୋଟିଏ ନୁହେଁ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲା ଦୁଇ ଦୁଇଟି ନାଟକ । ପ୍ରଥମଟି ଥିଲା ହିନ୍ଦୀ ଭାଷାର ନାଟକ ଫ୍ଲର୍ଟ । ପାରାଦୀପ ବନ୍ଦରର ଜୟଦେବ ସଦନରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ନାଟକ ଦେଖିବାକୁ ଖଚାଖଚ ଭିଡ଼ ରହିଥିଲା । ଉତ୍ସାଦ ବିସମିଲା ଖାନ୍ ସମ୍ମାନିତ ନାଟ୍ୟ ନିର୍ଦ୍ଦେଶକ ଗଗନ ମିଶ୍ର ଏହି ନାଟକର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ୯୦ ମିନିଟ ଅବଧୀର ଏହି ନାଟକରେ ଅଭିନୟ କରିଥିଲେ ରାଜସ୍ଥାନ ଜୟପୁରର କ୍ୟୁରିଓ ଅନୁଷ୍ଠାନର କଳାକାର ।
ପ୍ରେମ କଣ ? ପ୍ରେମର ସଂଜ୍ଞା କଣ ? ପ୍ରେମ ଯଦି ଏକ ଏକ୍ସପ୍ରେସନ ତେବେ ଏହାକୁ ଏକ୍ସପ୍ରେସ ବା ଭାବ ବିନିମୟ କେମିତି କରିବେ ? ଯଦି ପ୍ରେମକୁ ଏକ୍ସପ୍ରେସ ନ କରିବେ ତେବେ କିଏ କେମିତି ଆପଣଙ୍କ ଭଲ ପାଇବାକୁ ବୁଝି ପାରିବ ? ଏଭଳି ଏକ ଲଭ୍ ଓ ରୋମାନ୍ସ କଥାବସ୍ତୁକୁ ନେଇ ନାଟକର କାହାଣୀ ଗତିଶୀଳ ହୋଇଥିଲା । ଏଥିରେ ବିଶାଲ ଭଟ୍ଟ, ପ୍ରିୟଦର୍ଶିନୀ ମିଶ୍ର, ଅଭିଶେକ ଝଙ୍କାଲ, ମହମ୍ମଦ ଅଲ୍ଲୀ ଏବଂ ନିଜେ ଗଗନ ମିଶ୍ର ଅଭିନୟ କରିଥିଲେ ।  ସଂଗୀତରେ ପ୍ରିୟଦର୍ଶିନୀ ମିଶ୍ର ରହିଥିବା ବେଳେ ଅଭିଶେକ ଝଙ୍କାଲ ଏବଂ ମହମ୍ମଦ ମଞ୍ଚ ସଜେଇ ଥିଲେ ।
ସେହିଭଳି ଆଜି ଅନ୍ୟ ଏକ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ ନାଟକ ‘ମିଥ୍ୟାବାଦୀ ଜିନ୍ଦାବାଦ’ ମଞ୍ଚସ୍ଥ ହୋଇଥିଲା  ପାରାଦୀପ୍ ତୈଳ ବିଶୋଧନାଗାର ପ୍ରଦର୍ଶନୀ କକ୍ଷରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା ।  ଆୟୋଜକ ପାରାଦୀପର କାନମାସ ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କୁ ନେଇ ଏହି ନାଟକ ପରିବେଶଣ ହୋଇଥିଲା  ।  ଶ୍ରୀମନ୍ ମିଶ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ । ପରେଶ ପଟ୍ଟନାୟକଙ୍କ ଲିଖିତ  ‘ମିଥ୍ୟାବାଦୀ ଜିନ୍ଦାବାଦ’ ନାଟକ ବର୍ତ୍ତମାନର ସ୍ୱାର୍ଥବାଦୀ ଦୁନିଆରେ ମଣିଷର ଆଚରଣ ଓ ଉଚ୍ଚାରଣକୁ ନେଇ ଏହି ନାଟକ ପ୍ରସ୍ତୁତ ହୋଇଥିଲା ।
କାହାଣୀ ଆରମ୍ଭ ହୁଏ ଏକ ନୂଆ ବିଦ୍ୟୁତ ଚାଳିବ ଶ୍ମଶାନର ଉଦଘାଟନ ସମାରୋହରୁ । ସ୍ୱାସ୍ଥ୍ୟ ମନ୍ତ୍ରୀ ତାକୁ ଉଦଘାଟନ କରିବାକୁ ଆସିବାକୁ ଥିବା ବେଳେ ବିଦ୍ୟୁତ ଚୁଲାରେ ପୋଡ଼ିବାକୁ ଶବ ମିଳୁନଥିବାରୁ ଅଧିକାରୀମାନେ କଣ କରିବେ କଣ ନାହିଁ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୁଏ । ଶେଷରେ ଏକ ମରଶରୀର ଯୋଗାଡ଼ ହୋଇଥିଲେ ମଧ୍ୟ ସଂପୃକ୍ତ ମୃତ ବ୍ୟକ୍ତି ଏକ ନୂଆ ଭାଇରସ ଶିକାର ହୋଇଥିବା କାରଣରୁ ଶବକୁ ପୋଡ଼ିବେ ନା କଣ କରିବେ ତାକୁ ନେଇ ସମସ୍ୟା ଦେଖାଦିଏ । ଏହିଭଳି ଆଜି ଦୁଇ ଦୁଇଟି ନାଟକରେ  ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଆଜିର ମଞ୍ଚସ୍ଥ ନାଟକ ଦେଖିବାକୁ ପାରାଦୀପ ପୋର୍ଟ ଅଥରିଟିର ଟ୍ରାଫିକ୍ ମ୍ୟାନେଜର ଜି.ଏଡିସନ, ଜେଏସଡବ୍ଲୁ ପାରାଦୀପ ଟର୍ମିନାଲ ପ୍ରାଇଭେଟ ଲିମିଟେଡ୍ ର ୟୁନିଟ୍ ହେଡ୍ ମନୀଷ ଗୁପ୍ତା, ପାରାଦୀପ ପୋର୍ଟ ସିଆଇଏସଏଫ ୟୁନିଟର କମାଣ୍ଡାଣ୍ଟ ଅକ୍ସତ ପଟେଲ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ ।
Nalco
Leave A Reply