Odisha news

ରାଜ୍ୟରେ ଦଳିତ ନିର୍ଯ୍ୟାତନା ବଢୁଛି : ବିଜେପି

0

 ରାଜ୍ୟରେ ୧୮ ପ୍ରତିଶତ ଲୋକ ଦଳିତ ବର୍ଗକୁ ଉପେକ୍ଷା କରିଆସୁଛନ୍ତି ରାଜ୍ୟ ସରକାର
 ଝଉ ଇୟଙ୍ଖସଗ୍ଦକ୍ଟକ୍ସଚ୍ଚ କମିଟିର ବୈଠକ ବର୍ଷ ବର୍ଷ ଧରି ବସୁନଥିବା ଦୁର୍ଭାଗ୍ୟଜନକ
 ରାଜ୍ୟରେ ଅନୁସୂଚିତ ଜାତି ମୋର୍ଚ୍ଚା ସଂଗଠନକୁ ବଳିଷ୍ଠ କରାଯିବ

ଭୂବନେଶ୍ୱର, ତା.୨୪/୦୩: ଓଡିଶାରେ ଶାସକ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ଦଳିତଙ୍କ ବିକାଶ ପାଇଁ କୌଣସି ଆନ୍ତରିକତା ରଖୁନାହିଁ । ବରଂ ଦଳିତଙ୍କୁ ଶୋଷଣ କରି, ଦଳିତଙ୍କୁ ଧୋକା ଦେଇ ଶାସକ ବିଜେଡି ସାଂଘାତିକ ଅପରାଧ କରୁଛି ବୋଲି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସଂଜୟ ନିର୍ମଳ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଓଡିଶା ସରକାର ଦଳିତଙ୍କୁ ନ୍ୟାୟ ଦେବାରେ ବିଫଳ । ବିକାଶ ସେମାନଙ୍କ ପାଖକୁ ପହଂଚି ପାରୁନାହିଁ । ଦଳିତଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ରାଜ୍ୟ ସରକାର ଅଲଗା ଯୋଜନାରେ ଖର୍ଚ୍ଚ କରୁଛନ୍ତି । ଅନୁସୁଚିତ ଜାତିର ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେନ୍ଦ୍ର ସରକାର କମିଶନ ଗଠନ କରିଛନ୍ତି । ଦେଶର ଅନ୍ୟ ରାଜ୍ୟମାନେ ଅନୁସୁଚିତ ଜାତି କମିଶନ ଗଠନ କରିସାରିଥିବାବେଳେ ଅଦ୍ୟାବଧି ରାଜ୍ୟରେ ଅନୁସୁଚିତ ଜାତି କମିଶନ ଗଠନ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଦଳିତ ବିରୋଧୀ ମନୋଭାବର ପରିଚୟ ବୋଲି ଅନୁସୂଚିତ ଜାତିମୋର୍ଚ୍ଚା ରାଜ୍ୟ ସଭାପତି ଡ. ବିଭୁ ତରାଇ କହିଛନ୍ତି ।
ଓଡିଶା ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ କୋଡିଏ ପ୍ରତିଶତ ଅନୁସୂଚିତ ଜାତି ବର୍ଗର । ଭାରତୀୟ ସମ୍ବିଧାନ ଅନୁସୂଚିତ ଜାତି ବର୍ଗଙ୍କୁ ସମାଜରେ ସେମାନଙ୍କ ଅଧିକାରକୁ ନେଇ ବିଭିନ୍ନ ଧାରାରେ ତାଙ୍କ ପାଇଁ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ବିଭିନ୍ନ ଅବସର ସୃଷ୍ଟି କରିଛନ୍ତି । ରାଜ୍ୟରେ କୌଣସି ଗୋଟିଏ କ୍ଷେତ୍ରରେ ଏହି ସଂରକ୍ଷଣର ଶତ ପ୍ରତିଶତ ସୁବିଧା ସୁଯୋଗ ଅନୁସୂଚିତ ବର୍ଗକୁ ଦିଆଯାଇନାହିଁ । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଝଉ ଇୟଙ୍ଖସଗ୍ଦକ୍ଟକ୍ସଚ୍ଚ କମିଟିର ବୈଠକ ଆଦୌ ବସୁନାହିଁ ଦୀର୍ଘ ଦିନ ଧରି ରାଜ୍ୟରେ ଅନୁସୂଚିତ ବର୍ଗର ଲୋକମାନଙ୍କ ସମସ୍ୟା ସମାଧାନ ଓ ବିକାଶ ପାଇଁ ରାଜ୍ୟ ସରକାର ଆଦୌ ଆଗ୍ରହୀ ନୁହଁନ୍ତି ବୋଲି ମନେ ହେଉଛି । ଦଳିତମାନଙ୍କ ଉପରେ ଆଟ୍ରୋସିଟି କେଶ୍ ରାଜ୍ୟରେ ପ୍ରତିଦିନ ଘଟୁଛି । କିନ୍ତୁ ଦଳିତମାନେ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ ୠଓଜ ଗ୍ରହଣ କରୁନାହାଁନ୍ତି କିମ୍ବା ଗ୍ରହଣ କଲେ ମଧ୍ୟ ତଦନ୍ତ କରୁନାହାନ୍ତି । ଉଷବକ୍ସଶର ଝଷରରଗ୍ଧ ମଧ୍ୟ କରୁନାହାନ୍ତି । ଥାନାରେ ବୁଝାମଣା କରି ଅଭିଯୁକ୍ତମାନଙ୍କୁ ଛାଡି ଦେଉଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନା ଜରିଆରେ ମୁଖ୍ୟତଃ ରାସନକାର୍ଡ ବ୍ୟବସ୍ଥା ମାଗଣା ଚାଉଳ / ଗହମ, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତି ଘରକୁ ପାଇଖାନା, ଉଜ୍ଜ୍ୱଳା ଯୋଜନା ଜରିଆରେ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ, ଅନୁସୂଚିତ ଜାତି ବର୍ଗ ବହୁଳ ଗ୍ରାମକୁ ଆଦର୍ଶ ଗ୍ରାମ ଘୋଷଣା ସହ ଉନ୍ନୟନ ପାଇଁ ଅର୍ଥ ବ୍ୟବସ୍ଥା, ମାଗଣା ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ, ମନରେଗା ମାଧ୍ୟମରେ ରୋଜଗାର ଦେବା ପ୍ରଭୃତି ଯୋଜନାରେ ୯୫ ଭାଗ ଅନୁସୂଚିତ ବର୍ଗର ଲୋକେ ଉପକୃତ ହେଉଛନ୍ତି । ସେହିପରି ସ୍ୱତନ୍ତ୍ର ଭାବରେ ଅନୁସୂଚିତ ଜାତି ବର୍ଗର ବିକାଶ ନିମନ୍ତେ ଶିକ୍ଷା କ୍ଷେତ୍ରରେ ଛାତ୍ରବୃତିରେ ଚାରିଗୁଣା ବୃଦ୍ଧି, ଛାତ୍ରବାସ ନିର୍ମାଣ, ଝଗ୍ଧବଦ୍ଭୟଙ୍କକ୍ଟ୍ର ଯୋଜନା, ପ୍ରଭୃତିରେ ଅନୁସୂଚିତ ବର୍ଗର ଲୋକଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ଋଣ ଯୋଗାଣ ପ୍ରଭୃତି ଜନ କଲ୍ୟାଣକାରୀ ପଦକ୍ଷେପ କେନ୍ଦ୍ର ସରକାର ନେଇଛନ୍ତି । ସେଥିପାଇଁ କାର୍ଯ୍ୟକାରିଣୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ସେହିପରି ଅନୁସୂଚିତ ଜାତି ବର୍ଗର ପ୍ରାଣକର୍ତା ବାବାସାହେବ ଡ଼ଃ. ଆମେଦକରଙ୍କୁ ସମ୍ମାନ ଓ ତାଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପଂଚତୀର୍ଥ ପ୍ରତିଷ୍ଠା, ଆମ୍ବେଦକର ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଉରଦ୍ଭଗ୍ଧକ୍ସର ପ୍ରଭୃତି ମୋଦି ସରକାରଙ୍କର ବୈପ୍ଳବିକ ପଦକ୍ଷେପ ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।
ଅନୁସୂଚିତ ବର୍ଗର ଭୂସମ୍ପତି ବିକ୍ରି ଉପରେ ସରକାରଙ୍କ ନିଷେଧାଦେଶ ରହିଛି । ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ୍ ଅନୁମତି ନେଇ ଅନୁସୂଚିତ ଜାତିର ଲୋକ ବିକ୍ରି କରିପାରିବ ବୋଲି ବ୍ୟବସ୍ଥା ଅଛି । କିନ୍ତୁ ଏବେ ବିଶେଷ ଆବଶ୍ୟକତା ଥିଲେ ବି ସେମାନେ ବିବାହ, ଋଣ ସୁଜିବା, ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ଜମି ବିକି୍ର କରିପାରୁ ନାହାନ୍ତି । ନୂଆପଡା ଜିଲ୍ଲାରେ ଦଳିତ ବର୍ଗର ଜଗଦିଶ ଚୈାହ୍ୱାନ ଋଣ ସୁଜିବା ପାଇଁ ଜମି ବିକି୍ର ପାଇଁ କଲେକ୍ଟରଙ୍କୁ ଆବେଦନ କରିଥିଲେ ମଧ୍ୟ କଲେକ୍ଟରଙ୍କ ନିଦେ୍ର୍ଦଶରେ ସ୍ଥାନୀୟ ତହସିଲଦାର ୬ ମାସ ଧରି କୈାଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଆତ୍ମ ହତ୍ୟା କରିବାକୁ ତହସିଲଦାର ବାଧ୍ୟ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଅଫିସରମାନଙ୍କର ଦଳିତ ବିରୋଧୀ ନୀତିର ଆମେ ଦୃଢ ନିନ୍ଦା କରୁଛୁ ଓ ତାଙ୍କ ପରିବାରକୁ ୫୦ଲକ୍ଷ କ୍ଷତି ପୂରଣ କରନ୍ତୁ । ଜମି ମାଫିଆମାନେ ଦଳିତ ମାନଙ୍କ ଜମି ଜଣେ ଜଣେ ଦଳିତଙ୍କ ନାମରେ କିଣି ବିଭିନ୍ନ ପ୍ରକଳ୍ପ କରୁଛନ୍ତି ଓ ସମୟକ୍ରମେ ରାଜ୍ୟ ଅଧିକାରୀମାନଙ୍କୁ ପ୍ରଭାବିତ କରି ଅନ୍ୟ ନାମକୁ ହସ୍ତାନ୍ତର କରୁଛନ୍ତି । ଏହି ଷଡଯନ୍ତ୍ର ପ୍ରକ୍ରିୟାରେ ଦଳିତମାନେ ଜମି ହରାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୋସôାହନରେ ଏଭଳି ଜମି ମାଫିଆ ମାନେ ବେଧଡକଭାବେ ସହରାଂଚଳର ଦଳିତମାନଙ୍କ ଜମିକୁ ହଡପ କରୁଛନ୍ତି । ଏପରିକି ଅନେକ ଜମି ହରାଇ ଭିକ୍ଷାବୃତି ଅବଲମ୍ବନ କରୁଛନ୍ତି ବା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଉଦାସୀନତା ଓ ଦଳିତ ବିରୋଧୀ ନୀତିର ଆମେ ଦୃଢ ନିନ୍ଦା କରୁଛୁ ଓ ରାଜ୍ୟ ସରକାର ତୁରନ୍ତ ଏଭଳି ଷଡଯନ୍ତ୍ରକୁ ରୋକିବାକୁ ଉଦ୍ୟମ କରନ୍ତୁ ବୋଲି ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ପ୍ରସ୍ତାବରେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଗତ କରିଛନ୍ତି । ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ତଥା ବିଧାୟକ ଡ.ମୁକେଶ ମହାଲିଙ୍ଗ ରାଜନୈତିିକ ଚିଠା ଉପସ୍ଥାପନା କରିଥିବାବେଳେ ମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା ବିଧାୟକ ସନାତନ ବିଜୁଳି ଏବଂ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଚିଠା ପ୍ରସ୍ତାବ ସଂକଳନ କରିଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋର୍ଚ୍ଚାର ରାଜ୍ୟ ସଭାପତି ପୂର୍ବତନ ସାଂସଦ ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ସଂଜୟ ନିର୍ମଳ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଅବସରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଘବ ମଲ୍ଲିକ, ରାକେଶ୍ ମଲ୍ଲିକ, ଡ. ରବି ବେହେରା, ମନୋଜ ବେହେରା, ଚନ୍ଦନ ସ୍ୱରାଜ, ରାମବିଶି ଦିଗାଳ, ମନିଜର ଆର୍ଯ୍ୟ, ଦୁର୍ଗା ଚରଣ ତନ୍ତୀ ପ୍ରମୁଖ କାର୍ଯ୍ୟକାରିଣୀରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଡ. କଳ୍ପନା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Nalco
Leave A Reply