ନିରାକାରପୁର,୨୧/୨: ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ମୁଣ୍ଡାଆମ୍ବ ଖେଳ ପଡ଼ିଆରେ ବାବା ଆମ୍ବେଦକର ଫୁଟବଲ ଆସୋସିଏସନ୍ ତରଫରୁ ବାବା ଆମ୍ବେଦକର ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚରେ ଶରଧାପୁର ଫୁଟବଲ କ୍ଲବ କୁ ମା ମଙ୍ଗଳା ଫୁଟବଲ ଆସୋସିଏସନ୍, ଗଡମାଣିତ୍ରୀ ଭେଟିଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ହୋଇଥିବା ସହ କାହା ଉପରେ ଗୋଲ ଦେବାକୁ କେହି ସକ୍ଷମ ହୋଇନଥିଲେ। ପରେ ଟ୍ରାଇବ୍ରେକର ସାହାଯ୍ୟ ନୂଆ ଯାଇଥିଲା। ଏଥିରେ ଶରଧାପୁର ଫୁଟବଲ କ୍ଳବ୍ ୩-୨ ଗୋଲରେ ମା ମଙ୍ଗଳା ଫୁଟବଲ ଆସୋସିଏସନ, ଗଡମାଣିତ୍ରୀ କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ସମାଜସେବୀ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର ଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିହ, ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ସରପଂଚ ପଙ୍କୋଜିନୀ ବଳବନ୍ତରାୟ, ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ସମାଜସେବୀ ବିଶ୍ବଭୂଷଣ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତ ରଞ୍ଜନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଗର କହଲସିହ,ପ୍ରତାପ ମାଝୀ,ଆଶିଷ ନାୟକ, ଶ୍ରୀନିବାସ ମାଝୀ, ମନୁ ନାୟକ, ସୁଦର୍ଶନ ନାୟକ, ବାଘ ନାୟକ ପ୍ରମୁଖ ସହଯୋଗ କରିଥିଲେ। ।
