Odisha news

ବାବା ନୀଳକଣ୍ଠେଶ୍ଵର କ୍ରିକେଟ : ସିକୋ ଚାମ୍ପିଅନ

0

ନିରାକାରପୁର ୦୯/୦୨, ବାବା ନୀଳକଣ୍ଠେଶ୍ଵର କ୍ରିକେଟ କ୍ଲବ ରମାବିଲ ଆନୁକୁଲ୍ୟରେ ସ୍ଥାନୀୟ ଦ୍ରୁବଚରଣ ଖେଳ ପଡ଼ିଆ ରେ ଅନୁଷ୍ଠିତ ୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ  ଟୁର୍ଣ୍ଣାମେଣ୍ଟରେ  ଖୋର୍ଦ୍ଧା ଜିଲ୍ଲାର ରମାବିଲ ଗ୍ରାମ ଠାରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ସିକୋ କ୍ରିକେଟ କ୍ଲବ, ସୀକୋ, ଓ ମା    ଜୟଦୁର୍ଗା କ୍ରିକେଟ        କ୍ଲବ କେଶର ପୁର ମଧ୍ୟ ରେ ଖେଳା ଯାଇଥିଲା ଟଚ୍ ଜିତି ସିକୋ ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଥିଲା ନିଧାରିତ ୨୦ଓଭର୍ ଖେଳି ୫ ୱିକେଟ୍ ହରାଇ ୧୮୫ ରନ୍ ସଂଗ୍ରହ କରିଥିଲା , ଏହାର ଜବାବ ରେ କେଶର ପୁର ୧୭.୩ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୧୧୮ରନ୍ କରି ପାରିଥିଲା । ଏହି ମ୍ୟାଚ ରେ ମ୍ୟାନ୍ ଦି ମ୍ୟାଚ କୃଷ୍ଣ ଚନ୍ଦ୍ର ମଙ୍ଗରାଜ ଓ ମ୍ୟାନ ଅଫ ଦି   ଟୁର୍ଣ୍ଣାମେଣ୍ଟ    ପ୍ରିୟ ରଂଜନ ପାତ୍ର (ଶିକୋ) ଙ୍କୁ ପ୍ରଦାନ କରା ଯାଇଥିଲା। ଆଜି ର ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ  ପୂର୍ବତନ    ବିଧାୟକ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ଓ ଅନ୍ୟମାନଙ୍କ ମଧ୍ୟରେ ସମାଜେବୀ ପ୍ରକାଶ ଶ୍ରୀଚନ୍ଦନ , ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମଙ୍ଗରାଜ, ବିଜୟ କୁମାର ସେଠି, ସବର୍ଶ୍ୱର ପାଇକରାୟ, ବାଳକୃଷ୍ଣ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରି ଥିଲେ।ଏହି ମ୍ୟାଚ୍ କୁ   ସିଦ୍ଧେଶ୍ୱର  ସାମନ୍ତରାୟ ଓ ନିରଞ୍ଜନ ସୁନ୍ଦରାୟ ପରିଚାଳନା କରିଥଲେ। ସ୍କୋର ବୋର୍ଡ ଓ ଧାରା ବିବରଣି ପ୍ରଦାନ ରେ ଭାଗିରଥି ଚଂପତିରାୟଓ ଶ୍ରୀନିବାସ ସାମନ୍ତରାୟ ସହଯୋଗ କରିଥିଲେ । ଏହି   ଟୁର୍ଣ୍ଣାମେଣ୍ଟରେ ଦିବ୍ୟଲୋଚନ ହରିଚନ୍ଦନ, ଭାରତ ସୁନ୍ଦରାୟ, ଆଦିକନ୍ଦ ମହାପାତ୍ର, ପ୍ରତାପ ମଙ୍ଗରାଜ, କାଳିନ୍ଦୀ ମଙ୍ଗରାଜ, ପ୍ରମୁଖ ସହଯୋଗ କରିଥିଲେ।

Nalco
Leave A Reply