ଜମନକିରା,୯/୨: ଜମନକିରା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଆଜି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘର କଳାକାର ମାନେ ପ୍ରାଣୀ ଚିକିତ୍ସା ପରିସରରେ ଏକତ୍ରିତ ହୋଇଥିଲେ। ପରେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ବିକ୍ଷୋଭ ସଭା କରିଥିଲେ। ସଭାପତି ଗୋକୂଳା ନନ୍ଦ ଦାନୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରସଙ୍ଗ ନେଇ କଳାକାର ମାନେ ଉଦବୋଧନ ଦେଇଥିଲେ। ବରିଷ୍ଠ ନାଗରିକ କମିଟିର ସମ୍ପାଦକ ସରୋଜ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସେ କହିଥିଲେ କି, ବହୁ କଷ୍ଟରେ ଅଞ୍ଚଳର କଳାକାର ମାନଙ୍କୁ ନେଇ ସଂଘ ଗଠନ କରାଯାଇ କଳାକାର ମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର କରାଯାଇଛି। ତେବେ କିଛି ଖଳ ପ୍ରକୃତିର ଲୋକ ଦୁଇ /ଚାରି ଜଣ କଳାକାରଙ୍କୁ ନେଇ ଏହି ସଂଘଟନ ବିରୋଧରେ ଅପପ୍ରଚାର କରି ସଙ୍ଗଠନ କୁ ଭାଗିବାର ପ୍ରୟାସ କରିଛନ୍ତି। ଏଥିପାଇଁ ଏହି ବିକ୍ଷୋଭ ସଭାରେ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ଏହି ସଙ୍ଗଠନରେ ଯୋଉ କର୍ମକର୍ତ୍ତା ମାନେ ଅଛନ୍ତି। ସେହି ମାନଙ୍କୁ ପୁନର୍ବାର ଦାୟିତ୍ୱରେ ରୁହନ୍ତୁ ବୋଲି କଳାକାର ମାନେ ଦୃଢ ଦାବି କରି ଦାବିପତ୍ର ବିଡ଼ିଓଙ୍କ ଦାୟିତ୍ୱରେ ଥିବା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ) ଅଭୟ ବାବୁଙ୍କୁ ଜରିଆରେ ପ୍ରଦାନ କରିଥିଲେ। ଅନ୍ୟ ଦାବି ମଧ୍ୟରେ ଅଡିସନ୍ ସମୟରେ ନିର୍ଦ୍ଧାରିତ ନିର୍ଦ୍ଧାରିତ କଳାକାର ଚୟନ କରିବାରେ ତାଙ୍କର ଉପସ୍ଥିତି ଆବଶ୍ୟକ, ଯେତିକି କଳାକାର ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ରହିଥିଲେ ବର୍ତ୍ତମାନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ପ୍ରଚେଷ୍ଟା ବଳରେ ସେମାନେ ସରକାରୀ ସହାୟତା ପାଇ ପାରିଛନ୍ତି। ତେଣୁ ପୁନର୍ବାର ସେହି କାର୍ଯ୍ୟକାରୀ ସଭାପତି, ଉପ ସଭାପତି ଏବଂ ସମ୍ପାଦକଙ୍କୁ ଉକ୍ତ ପଦବୀରେ ଅବସ୍ଥାନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆଜି ଏହି ଦାବି ପତ୍ର ପ୍ରଦାନ ବେଳେ ଶତାଧିକ ମହିଳା ଓ ପୁରୁଷ କଳାକାର ଉପସ୍ଥିତ ଥିବା ବେଳେ ୨ଶହ ରୁ ଅଧିକ ଲୋକଙ୍କ ଦସ୍ତଖତ ରହିଥିବା ଜଣାଯାଇଛି।
