ନିରାକାରପୁର, ୨୧/୧: ଖୋର୍ଦ୍ଧା ରୋଡ ରେଳଡିଭିଜନ ଅନ୍ତର୍ଗତ ନିରାକାରପୁର ଗୋଳବାଇ ଷ୍ଟେସନ ମଧ୍ୟରେ ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର।ମୃତକ ଜଣଙ୍କ ପରିଚୟ ମିଳିପାରି ନଥିବା ବେଳେ ଯୁବକ ଜଣଙ୍କ ଫୁଲପ୍ୟାଣ୍ଟ ସାର୍ଟ ପିନ୍ଧି ଥିବା ଜଣାପଡିଛି।ଯୁବକ ଜଣଙ୍କ ଆନୁମାନିକ ବୟସ ୩୦/୩୫ବର୍ଷ ମଧ୍ୟରେ ହେବ।ନିରାକାରପୁର ଜିଆରପି ପୋଲିସ ଏକ ୟୁଡି କେସ ୫/୨୩ରେ ରୁଜୁକରି ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।
