Odisha news

ଭାରତ ପର୍ବରେ ଯୋଗଦେବାକୁ ଭଞ୍ଜନଗର ପଶୁମୁଖା ନୃତ୍ୟ କଳାକାରଙ୍କ ଦିଲ୍ଲୀ ଗ୍ରସ୍ତ

0

ଭଞ୍ଜନଗର(Amarendra Pattanaik) ,୨୧/୧- ନୂଆଦିଲ୍ଲୀରେ ଭାରତ ପର୍ବରେ ଯୋଗଦେବାକୁ ଭଞ୍ଜନଗର ସହରର ଏକ ପଶୁମୁଖା ନୃତ୍ୟ କଳାକାର ଦଳ ସେଠାକୁ ଗ୍ରସ୍ତ କରିଛନ୍ତି। ପଶୁ ମୁଖା ନୃତ୍ୟ ମାଧ୍ୟମରେ ଘୁମୁସର ର ଲୋକ କଳା ଓ ଲୋକ ନୃତ୍ୟ କୁ ସାରା ଦେଶରେ ପ୍ରଦର୍ଶିତ କରିବାକୁ କଳାକାରମାନେ ସୁଯୋଗ ପାଇଥିବାରୁ ଏଥିପାଇଁ ଏବେ ନିଜକୁ ଜୋରଦାର ପ୍ରସ୍ତୁତ କରୁଥିବା ଜଣାପଡିଛି। ଭଞ୍ଜନଗର ସହରର ରେଡକ୍ରସ ରୋଡ ସ୍ଥିତ ବିଶ୍ବ ଜନନୀ କଳା ପରିଷଦର ଏକ ୧୭ ଜଣିଆ ପ୍ରତିନିଧି ଦଳ ଏବେ ଏଥିପାଇଁ ନୂଆଦିଲ୍ଲୀ ଗ୍ରସ୍ତରେ ଅଛନ୍ତି। ଚଳିତ ବର୍ଷ ଏମାନେ ଭଞ୍ଜନଗର ସହରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଓ ବନ ସୁରକ୍ଷା ସଂପର୍କିତ ବାର୍ତ୍ତା ନିଜ ପଶୁ ମୁଖା ନୃତ୍ୟ ମାଧ୍ୟମରେ ପ୍ରଚାର ପ୍ରସାର କରିବେ ବୋଲି ଅନୁଷ୍ଠାନ ର ସଂପାଦକ ଜଗଦ୍ଦୀଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏବେ ଯୁଦ୍ଧ କାଳୀନ ଭିତ୍ତିରେ ନୂଆଦିଲ୍ଲୀରେ ଏହାର ଜୋରଦାର ଅଭ୍ୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଘୁମୁସର ମାଟିର କଳା ଓ ସଂସ୍କୃତି କୁ ଉପସ୍ଥାପନ କରିବାର ସୁଯୋଗ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବାରୁ ଏଥିପାଇଁ ସେମାନେ କୃତଜ୍ଞ ବୋଲି ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ଦାସ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଭାରତ ପର୍ବରେ ଯୋଗଦେବାକୁ ଚଳିତ ବର୍ଷ ସାରା ଦେଶର ବିଭିନ୍ନ ପ୍ରଦେଶରୁ ମୋଟ ୧୪୪୨ ଜଣ କଳାକାର ସୁଯୋଗ ପାଇଛନ୍ତି। ଏମାନେ ନିଜ ନିଜ କ୍ଷେତ୍ରର କଳା ଓ ସଂସ୍କୃତି କୁ ଏହି ସାଂସ୍କୃତିକ ମହାକୁମ୍ଭରେ ପ୍ରଦର୍ଶିତ କରିବେ। ଏହି ଭାରତ ପର୍ବ ଜାନୁଆରୀ ୨୧ ତାରିଖରୁ ୩୧ ତାରିଖ ଯାଏଁ ନୂଆଦିଲ୍ଲୀ ସ୍ଥିତ ଲାଲ କିଲ୍ଲା ପରିସରରେ ଆୟୋଜିତ ହେଉଛି।

Nalco
Leave A Reply