ନିମାପଡା,:ଏହି ବ୍ଲକ ଭୋଦର ପଂଚାୟତ ଅନ୍ତର୍ଗତ କନ୍ତିଲୋ ଗ୍ରାମକୁ ପଶିଆସିଥିବା ୨ବର୍ଷର ଏକ ଅଣ୍ଢିରା ହରିଣର ମୃତୁ୍ୟ ହୋଇଛି ।ଖବର ପାଇ ଗୋପ ବନ ବିଭାଗ ମୃତ ହରିଣଟିକୁ ଉଦ୍ଧାର କରି ନେଇଛି ।ପ୍ରକାଶ ଯେ,ଗୋଟିଏ ଅଣ୍ଢିରା ହରିଣ କନ୍ତିଲୋ ଗାଁ ମଧ୍ୟକୁ ପଶି ଆସିଥିଲା ।ଲୋକଙ୍କୁ ଦେଖି ହରିଣଟି ଭୟଭୀତ ହୋଇ ଏଣେତେଣେ ଜୀବନ ବିକଳରେ ଦୈାଡିଥିଲା ।ଗାଁରେ ଥିବା ବାଡ ଓ ଘର କାନ୍ଥରେ ପିଟି ହୋଇ ପଡିଯାଇଥିଲା ।କିଛି ସମୟ ମଧ୍ୟରେ ହରିଣଟିର ମୃତୁ୍ୟ ଘଟିଥିଲା ।ଖବରପାଇ ଗୋପ ଫରେଷ୍ଟର ଉମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଚିଂ ମୃତ ହରିଣକୁ ଉଦ୍ଧାର କରି ଗୋପ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇଥିଲେ ।