Odisha news

୨ବର୍ଷର ଝିଅ ଝୁରୁଛି ମା କୁ ହେଲେ ମା ବାହା ହୋଇଗଲା ପ୍ରେମିକ କୁ

0

ଯାଜପୁରସଦର:-ଯାଜପୁରସଦର ଥାନା ଅନ୍ତର୍ଗତ ଜମଧର ପଂଚାୟତର ପଇଢିହ ଗାଁରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ପ୍ରେମ ନିକଟରେ ହାର୍ ମାନିଯାଇଛି ମା ଓ ଛୁଆର ଅନାବିଳ ମମତା । ୨ବର୍ଷର ଝିଅକୁ ଛାଡି ମା ପ୍ରେମିକ ର ହାତ ଧରି ସବୁଦିନ ପାଇଁ ଚାଲିଯିବା ଘଟଣା ସବୁରି ମନରେ ଗମ୍ଭିରତା ସୃଷ୍ଟି କରିଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗକୁ ଭିତି କରି ପୁଲିସ୍ ମାମଲା ରୁଜ୍ଜୁ କଲା ଓ ପ୍ରେମୀ ଯୁଗଳଙ୍କୁ ଥାନାକୁ ଧରି ଆଣିଥିଲା । ହେଲେ ସଂମ୍ପୃକ୍ତ ମହିଳା ଜଣକ ନିଜ ଇଚ୍ଛାରେ ଯାଉଛି ବୋଲି କହି ପ୍ରେମିକର ହାତ ଧରି ସୁଧାର ଗୃହରୁ ଚାଲିଯାଇଥିଲେ । ଘଟଣାରୁ ପ୍ରକାଶ ଜମଧର ଗ୍ରାମର ଶଙ୍କର୍ଷଣ ଖୁଂଟିଆ ଗତ ୩ ବର୍ଷ ତଳେ କୋରେଇ ଥାନା ଅଧିନସ୍ଥ ବ୍ୟାସନଗର ଅଂଚଳର ଚାନ୍ଦମା ଗ୍ରାମର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ଝିଅ ମନିଷା ମଲ୍ଲିକଙ୍କୁ ବୈଦିକ ରିତିରେ ବିବାହ କରିଥିଲେ ।

ଶଙ୍କର୍ଷଣଙ୍କର ୨ବର୍ଷର ଝିଅଟିଏ ଅଛି । ପତ୍ନୀ ମନିଷାଙ୍କ ସହିତ କୁଆଖିଆ ଥାନା ମୁଗୁପାଳ ଗ୍ରାମର ଗୋବିନ୍ଦ ଜେନାଙ୍କ ପୁଅ ଗୋପାଳ ଚନ୍ଦ୍ର ଜେନା ଙ୍କ ନିବିଢ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହଠାତ୍ ଦିନେ ରାତି ୧୨ଟାରେ ଘରୁ ଗୋଡ କାଢି ମନିଷା ପ୍ରେମିକ ସହିତ ଫେରାର୍ ହୋଇଯାଇଥିଲେ । ଏ ନେଇ ସ୍ୱାମୀ ଶଙ୍କର୍ଷଣ ଖୁଂଟିଆ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଝିଅର ବାପ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ୍ ନଂ ୩୧୯/୩୦୧୨/୧୯ ଓ ଦଫା ନଂ ୩୬୩.୩୭୯,୧୦୯ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପ୍ରେମୀଯୁଗଳଙ୍କୁ ପୁରୀର ବଳିଆ ପଣ୍ଡା ଥାନା ଅଂଚଳରୁ ପୁଲିସ୍ କାବୁ କରିଥିଲା । ମନିଷା ଘରୁ ଗଲା ବେଳେ ବାପଘର ଓ ଶାଶୁଘର ର ସମସ୍ତ ସୁନାଅଳଙ୍କାର ସହିତ ନଗଦ ୧ଲକ୍ଷ ୯୦ହଜାର ଟଙ୍କା ନେଇଯାଇଥିଲେ ବୋଲି ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ କିଛି ଟଙ୍କା ଓ କିଛି ସୁନାଅଳଙ୍କାର ଉଦ୍ଧାର କରିଥିଲା । ପୁଲିସ୍ ସଂମ୍ପୃକ୍ତ ମହିଳାକୁ ଯାଜପୁର ରୋଡସ୍ଥିତ ସୁଧାର ଗୃହରେ ଛାଡିଥିଲେ । ଏବେ ସେହି ସୁଧାର ଗୃହରୁ ନିଜ ଇଚ୍ଛାରେ ଯାଉଛି ବୋଲି ଲେଖିଦେଇ ମନିଷା ପୁଣି ପ୍ରେମିକଙ୍କ ସହିତ ପଳାଇଥିଲେ ।

ଯାଜପୁର ରୋଡସ୍ଥିତ ଏସଡିଜିଏମ୍ କୋର୍ଟରେ ବୟାନ ଦେଇଥିଲେ ଯେ ମୁଁ ମୋ ସ୍ୱାମୀ ଓ ଛୁଆ ପାଖରେ ରହିବି । ହେଲେ ପରବର୍ତୀ ଅବସ୍ଥାରେ ପୁଲିସ୍ ନିକଟରେ କହିଲେ ମୁଁ ମୋ ଛୁଆ ଓ ସ୍ୱାମୀଙ୍କୁ ଚାହୁଁନାହିଁ । ଅପରପକ୍ଷରେ ପୁଲିସ୍ ଶଙ୍କର୍ଷଣକୁ ଟଙ୍କା ଓ ସୁନା ଅଳଙ୍କାର ଫେରାଇ ନଥିବା ବେଳେ ରସିଦ୍ ଦେଖାଇଲେ ସୁନା ଜିନିଷ ଫେରାଯିବ ବୋଲି ପୁଲିସ୍ କହୁଥିବା ଜଣାପଡିଛି । ୨ବର୍ଷର ଛୋଟ ଝିଅ ସମ୍ପୁର୍ଣ୍ଣା ଖୁଂଟିଆ କାନ୍ଦି ବୋବାଇ ମାକୁ ଝୁରି ହେଉଥିବା ବେଳେ ମା ମନିଷାଙ୍କ ଏଭଳି ନିଷ୍ପତି ସାଧାରଣରେ ବିଷ୍ମୟ ସୃଷ୍ଟି କରିଛି । ମା ନିକଟରେ ଝିଅକୁ ପହଁଚାଇବା ପାଇଁ ବାପ ଶଙ୍କର୍ଷଣ ଖୁଂଟିଆ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଶିଶୁ ସୁରକ୍ଷା ୟୁନିଟ୍ କୁ ଲିଖତ ଭାବେ ନିବେଦନ କରିଥିଲେ । ହେଲେ ସେମାନଙ୍କ ପକ୍ଷରୁ ଏନେଇ କୈାଣସି ପଦକ୍ଷେପ ନିଆଯାଇନଥିବା କୁହାଯାଇଛି ।

Leave A Reply