ନିମାପଡା : ଯୋଗ ହିଁ ନିରୋଗର ମାଧ୍ୟମ ହୋଇଥାଏ ।ମଣିଷ ଦେହରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଲେ ଅନେକ ରୋଗ ମଣିଷ ଶରୀରରେ ମାଡି ବସିଥାଏ ।ଅଶୁଦ୍ଧ ଭୋଜନ,ମାନସିକ ଚାପ ଏବଂ ଶାରିରୀକ ପରିଶ୍ରମ ଅଭାବ କାରଣରୁ ବର୍ତମାନ ଯୁବାବସ୍ଥାରୁ ମଣିଷ ରୋଗାକ୍ରାନ୍ତ ହୋଇପଡୁଛି ।ଏଣୁ ନିୟମିତ ଯୋଗକଲେ ମଣିଷ ଅନେକ ରୋଗରୁ ମୁକ୍ତି ପାଇଥାଏ ବୋଲି ନିମାପଡା ଠାରେ ଥିବା ବନମାଳୀ ବ୍ରହ୍ମଚାରୀ ଭବନଠାରେ ସତ୍ୟାନନ୍ଦ ଯୋଗ ପ୍ରଶିକ୍ଷଣ ଶିବିର ତରଫରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଗୁରୁ ବ୍ରଜରାଜ ନନ୍ଦ ଏହା କହିଛନ୍ତି ।
ସୁସ୍ଥ ଓ ନିରୋଗୀ ରହି ବଂଚିବାକୁ ହେଲେ ମଣିଷ ଯୋଗ,ବ୍ୟାୟାମ ଓ ଶାରିରୀକ ପରିଶ୍ରମ ପ୍ରତି ଧ୍ୟାହ୍ନଦେବା ଦରକାର ।ନିମାପଡା ଅଂଚଳରେ ଅଧିକରୁ ଅଧିକରୁ ଲୋକ ନିୟମିତ ଯୋଗାଭ୍ୟାସ ପ୍ରତି ଦୃଷ୍ଟି ଦେବାର ରହିଛି ।ଯୋଗର ମହାତ୍ମ୍ୟ ବୁଝୁଥିବା ବ୍ୟକ୍ତି ବ୍ରହ୍ମଚାରୀ ଭବନକୁ ଆସି ଦୈନିକ ସକାଳ ଓ ସଂଧ୍ୟାରେ ଯୋଗାଭ୍ୟାସ କରି ପାରିବେ ବୋଲି ଯୋଗଗୁରୁ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଅଭୟ ରଂଜନ ସାହୁ,ଲିଙ୍ଗରାଜ ବେହେରା,ଗଙ୍ଗାଧର ସେନାପତି,ପବିତ୍ର ବରାଳ,ଗଗନ ବିହାରୀ ସେନାପତି ପ୍ରମୁଖ ଉପସ୍ଥିତଥିଲେ ।
