ଏବେ ପ୍ରାୟ ଅଧିକାଂଶ ସ୍ଥାନରେ ଏକକ ପରିବାର ଦେଖିବାକୁ ମିଳୁଛି । କେବଳ ବାହାଘର ବା ସେଭଳି ଫ୍ୟାମିଲି ଫଙ୍କ୍ସନ୍ରେ ବନ୍ଧୁବାନ୍ଧବ ଏକାଠି ହୋଇଥାନ୍ତି । ହେଲେ ମିଜୋରାମର ଜିଓନା ଚାନା ୧୮୧ ସଦସ୍ୟ ବିଶିଷ୍ଟ ସବୁଠୁ ବଡ଼ ଯୌଥ ପରିବାର ଚଳାଉଛନ୍ତି । ଏହି ପରିବାରକୁ ଦୁନିଆର ସବୁଠୁ ବଡ଼ ପରିବାର କୁହାଯାଉଛି । ଜିଓନାଙ୍କର ୩୯ ସ୍ତ୍ରୀ ଓ ୯୪ ସନ୍ତାନ, ୧୪ ବୋହୂ, ୩୩ ନାତି-ନାତୁଣୀ ଅଛନ୍ତି । ବଟୱନ୍ ଗæôରେ ର ହ ୁ ଥ ି ବ । ଜିଓନାଙ୍କ ଭଡ଼ାଘରେ ୧୦୦ଟି ରୁମ୍ ଅଛି । ଦିନକରେ ୪୫ କିଲୋ ଚାଉଳ, ୨୫ କିଲୋ ଡାଲି, ୬୦ କିଲୋ ପରିବା, ୩୦ରୁ ୪୦ କୁକୁଡ଼ା ଓ ଡଜନ ଡଜନ ଅଣ୍ଡା ରୋଷେଇରେ ବ୍ୟବହାର ହୋଇଥାଏ । ପୂରା ପରିବାର ଦିନକୁ ୨୦ କିଲୋ ଫଳ ଖାଇଥାନ୍ତି । ନିର୍ବାଚନ ସମୟରେ ଏହି ପରିବାରକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏମାନେ ଯେଉଁ ପାର୍ଟିକୁ ସମର୍ଥନ କରିଥାନ୍ତି ସେମାନେ ଜିତିବା ନିଶ୍ଚିତ ।
