Odisha news

ତ୍ରୁଟିପୂର୍ଣ୍ଣ ପଦୋନ୍ନତି ତାଲିକା ର ସଂଶୋଧନ ନିମନ୍ତେ ଦାବିପତ୍ର ପ୍ରଦାନ

0
ବୋରିଗୁମ୍ମା (କେ.ସାକିଲି ଦୋରା)—– ବୋରିଗୁମ୍ମା ବ୍ଲକରେ କାର୍ଯ୍ୟରତ କିଛି ନିୟମିତ ଶିକ୍ଷକ ଙ୍କ ପଦୋନ୍ନତି ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଘୋର ବିରୋଧ କରିଛି ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ। ବାରମ୍ବାର କତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ତ୍ରୁଟିପୂର୍ଣ୍ଣ ପଦୋନ୍ନତି ତାଲିକା ର ଆଜି ଯାଏଁ ସଂଶୋଧନ ହୋଇପାରିଲା ନାହିଁ।
ଏଣୁ ତୁରନ୍ତ ତ୍ରୁଟିପୂର୍ଣ୍ଣ ତାଲିକା କୁ ସଂଶୋଧନ କରିବାକୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଏବିଇଓ ଙ୍କୁ ଲିଖିତ ଭାବେ ଚାରିଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବିପତ୍ର ରେ ଦର୍ଶାଇଛନ୍ତି ଯେ ଓଡିଶା କେଡର ରୂଲ ପତ୍ରାଙ୍କ- ୫୭୫୪- ଏସ ଏମ ଇ -ଇ ଏଲ ୨ -୦୦୩୬-୨୦୧୮-୦୮.୦୩.୨୦୧୯ ଅନୁଯାୟୀ ଏବଂ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ଚିଠି -୭୭୨୯ ତାରିଖ ୧୧.୦୩.୨୦୨୦ ଅନୁଯାୟୀ ଉଲ୍ଲଙ୍ଘନ କରାଯାଇଛି। ପ୍ରଥମ ନିଯୁକ୍ତି ଓ ତାଲିମ ପ୍ରାପ୍ତ ବରିଷ୍ଠତା  ଭିତ୍ତିକ ଚୟନ କରି ପଦୋନ୍ନତି ଦିଆଯାଉ। କୋରାପୁଟ ଜିଲ୍ଲା ଅପେକ୍ଷା ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷା ନିର୍ଦେଶକ ଙ୍କ ପତ୍ର କୁ ଶିକ୍ଷକ ମାନଙ୍କ ପଦୋନ୍ନତି କ୍ଷେତ୍ରରେ ଉପଯୋଗ କରାଯାଇଛି।
ଏଣୁ ଦାବିପତ୍ର ମୁତାବକ ତ୍ରୁଟିପୂର୍ଣ୍ଣ ପଦୋନ୍ନତି ତାଲିକା କୁ ତୁରନ୍ତ ସଂଶୋଧନ କରାଯାଉ। ଆଜି ଦାବିପତ୍ର ପ୍ରଦାନ ସମୟରେ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବେଣୁଧର ପଣ୍ଡା, ଉପ ସଭାପତି ମୃତୁଞ୍ଜୟ ପଣ୍ଡା, ସହ ସମ୍ପାଦକ ଏନ.କାମେଶ୍ୱର ରାଓ,ଶାନ୍ତିଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply