Odisha news

ସହିଦଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଜଂଳୀ,ଚାଇନା ସାମଗ୍ରୀ ବର୍ଜନ ପାଇଁ ସଚେତନତା ଶୋଭାଯାତ୍ରା

0

ନିମାପଡା:ଲଦାଖ ଗଲଓା୍ୱନରେ ଦେଶ ପାଇଁ ସହୀଦ ହୋଇଥିବା ୨୦ଜଣ ବୀର ଯବାନମାନଙ୍କ ଉଦେ୍ଦଶ୍ୟରେ ଆଜି ନିମାପଡା ଓ ଚାରିଛକ ବଜାରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଓ ଚାଇନା ସାମଗ୍ରୀ ବର୍ଜନ ପାଇଁ ସଚେତନତା ଶୋଭାଯତ୍ରା ଅନୁଷ୍ଠିତ ହୋଇଯାଇଛି ।

କରୋନା କଟକଣାକୁ ମାନି ଚାରିଛକ ବଜାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ଚାରିଛକ ପ୍ରେସକ୍ଳବର ସଭାପତି ପ୍ରଫୁଲ୍ଲ କରଙ୍କ ଦ୍ୱାରା ଆୟୋଜିତ ଶ୍ରଦ୍ଧାଜଂଳୀ କାର୍ଯ୍ୟକ୍ରମରେ କ୍ଳବର ସମସ୍ତ ସଭ୍ୟମାନେ ଯୋଗଦେଇ ଚାଇନାର ଏହି ବର୍ବରକାଣ୍ଡକୁ ତୀବ୍ର ସମାଲୋଚନା କରିବା ସହିତ ପ୍ରାଣ ହରାଇଥିବା ଜବାନଙ୍କ ବଳିଦାନ କେବେ ବୃଥା ଯିବନୀ ଭାରତ ସରକାର ଚୀନକୁ ଏହାର ଉଚିତ ଜବାବ ଦେବ ବୋଲି କହିଥିଲେ । ।

ପରେ କେତେକ ଚାଇନା ସାମଗ୍ରୀ ପୋଡିବା ସହିତ ସମସ୍ତ ଚାଇନା ସାମଗ୍ରୀ ବର୍ଜନ ପାଇଁ ବଜାରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା  ।ସେହିପରି ଅପରାହ୍ନରେ ନିମାପଡା ଯୋଗ ମହୋସôବ କମିଟୀ ପକ୍ଷରୁ ଚାଇନା ଆକ୍ରମଣରେ ସହୀଦ ହୋଇଥିବା ଭାରତୀୟ ବୀର ଜବାନଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଜଂଳୀ ଜଣାଇବା ସହିତ ଚାଇନା ସାମଗ୍ରୀ ବର୍ଜନ ପାଇଁ ସାମାଜିକ ଦୂରତା ରକ୍ଷା କରି ଏକ ସଚେତନତା ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା ।ଏହି ଶୋଭାଯାତ୍ରାରେ ଯୋଗ ଗୁରୁ ଗୈାରାଙ୍ଗ ସାହୁ,ଉମାଶଙ୍କର ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ ।

Govt
Leave A Reply