ଅସ୍ତରଙ୍ଗ : ଲଦାଖର ଗଲୱାନ ଘାଟିରେ ୨୦ ଜଣ ଭାରତୀୟ ସେନା ମାନଙ୍କ ଉପରେ ଚିଇନା ସେନା ଅତର୍କିତ ଆକ୍ରମଣ କରି ମୃତହାତ କରିଥିବା ନେଇ , ତାର ପ୍ରତିବାଦ ସ୍ୱରୂପ ଅଖୀଳ ଭାରତୀୟ ବିଦ୍ୟାର୍ଥି ପରିଷଦ ଅସ୍ତରଙ୍ଗ ଶାଖା ତରଫରୁ ସହୀଦ ଜବାନଙ୍କ ଉଦେଶ୍ୟରେ ସେମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରପେକ୍ଷ ନିରବ ପ୍ରଥନା କରାଯିବା ସହ ଅସ୍ତରଙ୍ଗ ବଜାର ପରିକ୍ରମା କରାଯାଇ ଚିନ ରାଷ୍ଟ୍ରପତି ଜିନ୍ ପିଙ୍ଗ ଙ୍କ କୁଶପୁତ୍ତଳିକା ଦାହ କରାଯାଇଅଛି ।
ଏହି ଉପଲକ୍ଷେ ଅଖୀଳ ଭାରତୀୟ ବିଦ୍ୟାଥି ପରିଷଦର କର୍ମକର୍ତ୍ତା ତରୁଣକାନ୍ତ ନାୟକ, ପୂଜାରାଣୀ ପରିଡା, ରାହୁଲ କୁମାର ନାୟକ, ଦିବ୍ୟଜ୍ୟୋତି ସ୍ୱାଇଁ , ଜ୍ୟୋତିରଞ୍ଜନ ନାୟକ, ରାଷ୍ଟ୍ରୀୟ ସଂୟ ସେବକ ସଂଘର ଶୁସାନ୍ତ କୁମାର ପରିଡା ଓ ଜୟରାମ ମୁଦୁଲି, ଅସ୍ତରଙ୍ଗ ବ୍ୟବସାୟୀ ସଂଘର ସଭାପତି ଦୁଶ୍ମନ୍ତ କୁମାର ପରିଡା ଓ ଜୁଗଳ କିଶୋର ମହାନ୍ତି, ପ୍ରକାଶ ବେହେରା ପ୍ରମୁଖ ଏଥିରେ ଭାଗନେଇ ଅସ୍ତରଙ୍ଗ ବଜାର ପରିକ୍ରମା କରିବା ସହ ଚାଇନା ବିରୋଧି ବିଭିନ୍ନ ଧ୍ୱନୀ ଦେଇ ବଜାରର ବ୍ୟବସାୟୀ ମାନଙ୍କୁ ଚାଇନା ସାମଗ୍ରୀ ବିକ୍ରୀ ନକରିବା ପାଇଁ ଅନୁରୋଧ କରିଛନ୍ତି ।
