Odisha news

ପୂର୍ବ ତଟ ରେଳପଥ ୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ  ରେକର୍ଡ ରାଜସ୍ୱ ଅର୍ଜନ କରିଛି।

0

* ୨୯୦.୨୨ କୋଟି ରାଜସ୍ବ ହାସଲ ସହ ରେଳବାଇ ବୋର୍ଡର ଲକ୍ଷ୍ୟଠାରୁ ୧୧.୬୨% ଅଧିକ

* ଗତ ବର୍ଷ ତୁଳନାରେ ୭.୭୭% ଅଭିବୃଦ୍ଧି

* ସ୍ଥାୟୀତ୍ୱ ଏବଂ କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ ଦେଇ ସ୍ୱଚ୍ଛତା ଅଭିଯାନକୁ ସୁଦୃଢ଼ କରିଛି

ଭୁବନେଶ୍ୱର, ଏପ୍ରିଲ ୬, ୨୦୨୬: ପୂର୍ବ ତଟ ରେଳପଥ ୨୦୨୫-୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିନିଯୋଗ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି, ଯାହା ଏହାର ସର୍ବକାଳୀନ ସର୍ବାଧିକ ୨୯୦.୨୨ କୋଟି ରାଜସ୍ୱ ଆଦାୟ  ରେକର୍ଡ। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ରେଳବାଇ ବୋର୍ଡର ୨୬୦ କୋଟି ଲକ୍ଷ୍ୟ ଠାରୁ  ୩୦.୨୨ କୋଟି ଅଧିକ ଓ  ୧୧.୬୨% ବୃଦ୍ଧି ଅଟେ ।

ଏହି ସଫଳତା ପୂର୍ବ ବର୍ଷର ପ୍ରାୟ ୨୬୯.୩ କୋଟି ଟଙ୍କାର ସର୍ବୋତ୍ତମ ସ୍କ୍ରାପ୍ ନିଷ୍କାସନ ରାଜସ୍ୱ ତୁଳନାରେ ୭.୭୭% ବୃଦ୍ଧିକୁ  ଦର୍ଶାଉଛି, ଯାହା ସମ୍ବଳ ସଂଗ୍ରହ ଏବଂ ଦକ୍ଷ ପରିଚାଳନାରେ ଏହି ଜୋନର ନିରନ୍ତର ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି ।

“ସ୍ୱଚ୍ଛତା ହିଁ ସେବା” ଅଭିଯାନ ଅଧୀନରେ ଡିଭିଜନ, କର୍ମଶାଳା ଏବଂ ଲୋକୋ ସେଡ୍‌ଗୁଡ଼ିକରେ ନିରନ୍ତର ଓ କେନ୍ଦ୍ରିତ ଭାବେ ଚାଲିଥିବା ସ୍ୱଚ୍ଛତା ଅଭିଯାନର ଫଳସ୍ୱରୂପ ଏହି ସଫଳତା ହାସଲ ହୋଇଛି। ଏହି ପଦକ୍ଷେପଗୁଡ଼ିକ କେବଳ ରାଜସ୍ୱ ବୃଦ୍ଧିକୁ ତ୍ୱରାନ୍ୱିତ କରିନାହିଁ, ବରଂ ସ୍ୱଚ୍ଛ ପରିବେଶ, ଉନ୍ନତ ସୁରକ୍ଷା ମାନଦଣ୍ଡ ଏବଂ ପରିଚାଳନାଗତ କାର୍ଯ୍ୟକୁଶଳତା ବୃଦ୍ଧିରେ ମଧ୍ୟ ଉଲ୍ଲେଖନୀୟ ଭାବେ ସହାୟକ ହୋଇଛି।

ଏହି ସଫଳତା ସମସ୍ତ ବିଭାଗ ଓ ଡିଭିଜନ ଗୁଡିକର  ସମନ୍ୱିତ ପ୍ରୟାସ ସହିତ କ୍ଷେତ୍ରସ୍ତରୀୟ ୟୁନିଟ୍ ଏବଂ ମୁଖ୍ୟାଳୟରେ ଷ୍ଟୋର୍ସ ବିଭାଗର ଉତ୍ସର୍ଗୀକୃତ କାର୍ଯ୍ୟର ଏକ ସ୍ପଷ୍ଟ ପ୍ରମାଣ ଅଟେ। ସୁଚାରୁ ଯୋଜନା, ସୁସଂଗଠିତ ନିରୀକ୍ଷଣ ବ୍ୟବସ୍ଥା ଏବଂ ପାରଦର୍ଶୀ  ଇ-ନିଲାମ ପ୍ରକ୍ରିୟା ସ୍କ୍ରାପ୍‌କୁ ଯଥେଷ୍ଟ ରାଜସ୍ୱରେ ପରିଣତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ରେକର୍ଡ ସଫଳତା ପଛରେ  ୪୦,୩୪୨ ମେଟ୍ରିକ ଟନ୍ ରୁ ଅଧିକ ପରିତ୍ୟକ୍ତ  ରେଳ ଏବଂ ରେଳ ପଥ ସାମଗ୍ରୀ, ୫ ଲକ୍ଷରୁ ଅଧିକ ପି. ଏସ୍. ସି. ସ୍ଲିପର ଏବଂ ବହୁ ପରିମାଣର ଲୌହ ସ୍କ୍ରାପ୍ ନିଷ୍କାସନ ସାମଗ୍ରୀ ଅନ୍ତର୍ଭୁକ୍ତ। ଏହାବ୍ୟତୀତ, ବୈଦ୍ୟୁତିକ ଏବଂ ଡିଜେଲ ଇଞ୍ଜିନ, କୋଚ ଏବଂ ୱାଗନକୁ ନେଇ ଗଠିତ ରୋଲିଙ୍ଗ ଷ୍ଟକ୍କୁ ଦକ୍ଷତାର ସହ ନିଲାମ କରାଯାଇଥିଲା।

ପୂର୍ବତଟ ରେଳପଥ ପାଇଁ ଦକ୍ଷ ସ୍କ୍ରାପ୍ ନିଷ୍କାସନ ଏକ ପ୍ରମୁଖ ଗୁରୁତ୍ୱପୂର୍ଣ  କ୍ଷେତ୍ର ହୋଇ ରହିଛି, କାରଣ ଏହା କେବଳ ମୂଲ୍ୟବାନ ଆର୍ଥିକ ସମ୍ବଳ ସୃଷ୍ଟି କରେ ନାହିଁ ବରଂ ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ସଂଗଠିତ କାର୍ଯ୍ୟ ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରେ। ଏହି ସଫଳତା ପୂର୍ବ ତଟ ରେଳପଥର ପରିଚାଳନାଗତ ଉତ୍କର୍ଷତା, ଆର୍ଥିକ ସତର୍କତା ଏବଂ ପରିବେଶଗତ ସ୍ଥିରତା ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି , ଯାହା ଭାରତୀୟ ରେଳପଥର ଅନ୍ୟ ରେଳ ଜୋନ୍ ପାଇଁ ଏକ ଉଦାହରଣ  ସୃଷ୍ଟି କରିଛି।

Nalco
Leave A Reply