Odisha news

ଯବାନଙ୍କ ଆଖିରେ ଲୁହ,ବାପା ମାଆଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଆକୁଳ ନିବେଦନ

ନୀଳଗିରି-୨୦/୦୮ : ଜନୈକ ଯବାନ ନିଜର ଜୀବନକୁ ପାଣି ଛଡ଼ାଇ ଦେଶ ସୁରକ୍ଷାରେ ସାମିଲ ଥିବା ବେଳେ ନିଜର ବାପା ମାଆଙ୍କ ସୁରକ୍ଷା ଓ ନ୍ୟାୟ ପାଇ ପାରୁ ନ ଥିବାରୁ ଯବାନ ଆଖିରେ ଲୁହ ନିଗାଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି । ଯିଏ ଦିନ ରାତି ଏକ କରି ଦେଶ ସୁରକ୍ଷା କରୁଛି, ମାତ୍ର ଜନ୍ମଦାତା ବାପା ମାଆଙ୍କୁ ସୁରକ୍ଷା ଦେଇ ନ ପାରି ସୀମାରେ ଥାଇ ଲୁହ ଭରା ଆଖିରେ ପ୍ରଶାସନକୁ ନ୍ୟାୟ ପାଇଁ ଆକୁଳ ନିବେଦନ କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଧିନସ୍ଥ ତିନିଦେଶ ଗ୍ରାମର ମନୋରଂଜନ ମହାପାତ୍ରଙ୍କର ବଡ଼ ପୁଅ ନିନି ଗୋପାଳ ମହାପାତ୍ର ଯିଏକି ଯବାନ ଭାବେ ଜାମ୍ମୁ କାଶ୍ମୀର ସୀମାରେ କାର୍ଯ୍ୟରତ ।

ଘରେ ବାପା, ମାଆ ଓ ସାନ ଭାଇ ରହୁଥିବା ବେଳେ ଘରବାଡ଼ିକୁ କେନ୍ଦ୍ର କରି ତାଙ୍କର ପଡ଼ୋଶୀ ପ୍ରଦୀପ ବିଶ୍ୱାଳ, ପ୍ରତାପ ବିଶ୍ୱାଳ ସମେତ ଅନ୍ୟମାନେ ବାପା, ମାଆ ଓ ଭାଇକୁ ହଇରାଣ ହରକତ କରିବା ସହିତ ଗାଳିଗୁଲଜ କରୁଥିବା ବେଳେ ମରଣାନ୍ତକ ଆକ୍ରମଣ ରେ ଶିକାର ହୋଇଥିଲେ । ଉକ୍ତ ଜାଗାରେ ଆମ୍ଭ ପରିବାରକୁ ନ ରଖିବା ପାଇଁ ସେମାନେ କୁଟନୀତି କରି ଅଯଥାରେ ହଇରାଣ କରି ଆସୁଥିବା ବେଳେ ସୀମାରେ ଥାଇ ବାପା ମାଆଙ୍କର ଦୁଃଖ ସହି ନ ପାରି ଗତ ଏପ୍ରିଲ ମାସରେ ଗାଁକୁ ଆସି ଘଟଣା ବାବଦରେ ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ କଲା ପରେ ମିମାଂସା ହୋଇଥିଲା ।

ଯବାନ ନିନିଗୋପାଳ ମହାପାତ୍ର ·କିରୀ ସ୍ଥାନକୁ ଗଲାପରେ ମିଛରେ ପ୍ରତିପକ୍ଷମାନେ ବାପା , ମାଆ ଓ ନିନିଗୋପାଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ମୋର ଚାକିରିରେ ନାଲିଗାର ପକାଇବା ସହ ·କିରୀ ଛଡ଼ାଇ ନେବାର ଧମକ ଦେଉଛନ୍ତି ବୋଲି ନିନିଗୋପାଳ ପ୍ରକାଶ କରିବା ସହ ମିଥ୍ୟାରେ ବାପା, ମାଆ ଓ ଭାଇଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ଆଖିରେ ଆଜି ଲୁହ ବହୁଥିବା ବେଳେସ୍ଥାନୀୟ ପ୍ରଶାସନ ଯବାନଙ୍କ ପରିବାର ପ୍ରତି କେତେ ଦୂର ସୁରକ୍ଷା ଦେଉଛି ଏବଂ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା

Comments are closed.