Odisha news

ଶୁଦ୍ଧି କ୍ରିୟା ପାଇଁ ଅନାଥ ଶିଶୁଙ୍କୁ ସମାଜସେବୀଙ୍କ ସହାୟତା

0

ନୀଳଗିରି : ନୀଳଗିରି ବ୍ଲକ ଡମ୍ବରୁଘାଟି ଅଞ୍ଚଳର ଜଣେ ବ୍ୟକ୍ତି ଏଚ୍ଆଇଭିରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିବା ପରେ ତାଙ୍କର ୩ଜଣ ଶିଶୁ ଅନାଥ ହୋଇଯାଇଥିଲେ । ଏହି ଘଟଣାରେ ନୀଳଗିରି ବିଜେଡ଼ି ଛାତ୍ରସଭାପତି ଫ୍ରାନସିସ ବେକନ ସ ଡମ୍ବରୁଘାଟି ଗ୍ରାମରେ ପହଞ୍ଚô ପିତୃମାତୃ ହରା ଅନାଥଶିଶୁଙ୍କୁ ଶାନ୍ତ୍ୱନା ଦେବାସହ ସେମାନଙ୍କ ବାପାଙ୍କ ଶୁଦ୍ଧିକି୍ରୟା ପାଇଁ ୩ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ସେହିପରି ବିଜେଡ଼ିର ଜିଲ୍ଲା ଉପସଭାପତି ତଥା ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ ୧ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ମହିଁଷାପଟା ପଞ୍ଚାୟତ ସରପଞ୍ଚ ସୁକୁମାରି ସିଂଙ୍କ ସ୍ୱାମୀ ଭୁବନହରି ସିଂ ଅନାଥ ଶିଶୁଙ୍କ ପାଖରେ ପହଞ୍ଚô ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ସ୍ଥାନୀୟ ବିଜେଡ଼ି ନେତା ଗୋପାଳ ବେହେରା, ସମାଜସେବୀ ରବିନ୍ଦ୍ର ସିଂ ପ୍ରମୁଖ ଦେଢହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି

Govt
Leave A Reply