Odisha news

ଚାଇଲ୍ଡ ଲାଇନ୍ ଦ୍ୱାରା ୩ ଅସହାୟ ଶିଶୁ ଉଦ୍ଧାର

0

ନୀଳଗିରି : ନୀଳଗିରି ବ୍ଲକ ବରହମ୍ପୁର ଥାନା ଅନ୍ତର୍ଗତ ଦ୍ୱାରିକାଶୁଣି ଗ୍ରାମର ସୀତାରାମ ସିଂ ଗତ କିଛିଦିନ ତଳେ ଯକ୍ଷ୍ମାରୋଗରେ ମୃତୁ୍ୟ ବରଣ କରିଥିଲେ । ତାଙ୍କର ବିଧବା ପତ୍ନୀ ୩ଟି ଶିଶୁ ପୁତ୍ରକୁ ଲାଳନ ପାଳନ କରିବାରେ ଅକ୍ଷମତା ପ୍ରକାଶ କରିଥିଲେ ।

ଖବର ପାଇ ବାଲେଶ୍ୱର ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଖଇରା ସବ୍ସେଣ୍ଟର ସଦସ୍ୟ ପଞ୍ଚାନନ ତ୍ରିପାଠୀଙ୍କ ନେତୃତ୍ୱରେ ସଦସ୍ୟ ଜ୍ୟୋତିପ୍ରକାଶ କର ଚିତ୍ତରଂଜନ ପଣ୍ଡା ପ୍ରମୁଖ ଦ୍ୱାରିକାଶୁଣୀ ଗାଁରେ ପହଞ୍ଚô ଅସହାୟ ଅବସ୍ଥାରେ ଥିବା ୩ଶିଶୁଙ୍କୁ ଉଦ୍ଧାର କରିବା ସହ ତାଙ୍କ ମାଙ୍କ ଠାରୁ ଅନୁମତି ନେଇ ସେମାନଙ୍କର ଥଇଥାନ ନିମନ୍ତେ ଶିଶୁ ମଙ୍ଗଳଗୃହରେ ରଖିଥିବା ଜଣାପଡ଼ିଛି ।

Leave A Reply