ନୀଳିଗିରି-୨୪/୦୮ (ସ.ବ୍ୟୁ)-ନୀଳଗିରି ଅବକାରୀ ବିଭାଗ, ବାଲେଶ୍ୱର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ, ନୀଳଗିରି ରାଜସ୍ୱ ବିଭାଗ, ପୁଲିସ ଓ ବନବିଭାଗର କର୍ମଚାରୀମାନେ ମିଳିତଭାବେ ନୀଳଗିରିର ଭାଲିଆପୋଷି ଓ ବରହମପୁର ଅଞ୍ଚଳ ଉପରେ ଚଢଉ କରି ସେଠାରୁ ୪୫ ଲିଟର ଦେଶୀମଦ ସହ ୧୯୫୦ କିଲୋ ମହୁଲ ପୋଚ ଜବଦ କରିଛନ୍ତି । ଏହି ଘଟଣାରେ ଜଣେ ଚୋରାମଦ ବିକ୍ରେତାଙ୍କୁ ଗରିଫ କରାଯିବା ସହ ଏକ ବାଇକ୍ ଜବଦ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
