ନୀଳଗିରି-୨୩/୦୬ ; -ନୀଳଗିରି ଅବକାରୀ ଅଫିସ ଠାରୁମାତ୍ର ୩କି.ମି. ଦୂରରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ନୀଳଗିରି ଅବକାରୀ ବିଭାଗ ମାସ ମାସ ଧରି କିପରି ଜାଣି ପାରୁ ନ ଥିବା ବେଳେ ବାଲେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାର୍ଡ ଗୁରୁବାର ଭୋର ସମୟରେ ନୀଳଗିରି ଥାନା ଅଧିନସ୍ଥ ଓଲଡଙ୍ଗ ଗ୍ରାମର ନରେନ୍ଦ୍ର ସାମଲଙ୍କ ଘରେ ଚଢ଼ାଉ କରି ୬୦ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହିତ ନରେନ୍ଦ୍ର ସାମଲକୁ ଗିରଫ କରିଛି । ଜବତ୍ ବ୍ରାଉନ ସୁଗାର ର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଥାଉକି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଡେପୁରି ସୁପରିନ୍ଟେଣ୍ଡେଂଟ ସୁଶାନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲେ । ଏ ନେଇ ୭୦ନଂ. ମାମଲା ରୁଜୁ ହୋଇ ଥିବାର ଜଣାପଡ଼ିଛି । ଏହି ଚଢ଼ାଉରେ ମୋବାଇଲ ସ୍କ୍ୱାର୍ଡ ଇନସପେକ୍ଟର ଗାଲୁରାମ ସୋରେନ, ନୀଳଗିରି ଇନିସ୍ପେକ୍ଟର ନାରାୟଣ ବେହେରା, ସଦର ଇନିସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନ, ସଦର ସବ୍ଇନିସପେକ୍ଟର ଭଗବାନ ମହାବଳିଆ ପ୍ରମୁଖ ସାମିଲ ଥିଲେ
