ନୀଳଗିରି-୨୩/୦୬ : -କୁଲଡିହା ଅଭୟାରଣ୍ୟରୁ ଏକ କୁଟାରୀ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସି ନୀଳଗିରି ଏନ.ଏ.ସି.ର ୭ନଂ. ୱାର୍ଡ ବାଲିଗୋହିରୀ ଗ୍ରାମର ଜଗନ୍ନାଥ ଦାସଙ୍କ ବାଡ଼ିରେ ବୁଲୁଥିବା ବେଳେ କୁକୁର ମାନେ କୁଟାରୀକୁ ଗୋଡ଼ାଇଥିଲେ । ଗ୍ରାମବାସୀମାନେ କୁଟାରୀକୁ ଦେଖି କୁକୁର ଙ୍କ ଆକ୍ରମଣରୁ ଉଦ୍ଧାର କରିଥିଲେ । ପରେ ନୀଳଗିରି ବନବିଭାଗକୁ ଖବର ଦେଇଥିଲେ । ନୀଳଗିରି ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା ସଦଳବଳେ ଘଟଣାସ୍ଥଳରେ ପହଂଚି କୁଟାରୀକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।