Odisha news

ସରପଂଚଙ୍କ ମନମୁଖୀ କାର୍ଯ୍ୟ ଓ ପୋଖରୀ ଖନନରେ ଅନିୟମିତତାକୁ ନେଇ ଅଭିଯୋଗ ଆଣିଲେ ୱାର୍ଡ ସଭ୍ୟ ସଭ୍ୟା

0

ନୀଳଗିରି-୨୩/୦୬ : -ନୀଳଗିରି ବ୍ଲକର କେ.ସି.ପୁର ପଂଚାୟତର ସରପଂଚଙ୍କ ମନମୁଖୀ କାର୍ଯ୍ୟ ଓ ଅମୃତସରୋବର ଖନନରେ ବ୍ୟାପକ ଅନିୟମିତତା କରିଥିବା ନେଇ ୭ଜଣ ୱାର୍ଡ ସଭ୍ୟ/ ସଭ୍ୟା ନୀଳଗିରି ବି.ଡି.ଓ.ଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି ପଂଚାୟତରେ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ସରପଂଚ ପଂଚାୟତ ବୈଠକରେ ଆଲୋଚନା ନ କରି ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଉକ୍ତ ପଂଚାୟତର ୧୨ନଂ. ୱାର୍ଡରେ ଅମୃତସରବର ଯୋଜନାରେ ବାଗ୍ସାହି ପୋଖରୀଖନନରେ ଅନିୟମିତତା ହୋଇଥିବାର ୱାର୍ଡ ମେମ୍ବର ସିଂଗରାଇ ସିଂ, ପଙ୍କଜିନି ଖଣ୍ଡେଇ, କୁଅାଁରି ସିଂ, ଯମନିମଣୀ ସିଂ, ଅର୍ଜୁନ କୁମାର ମଲ୍ଲିକ, ସୁନାରାମ ସୋରେନ ପ୍ରମୁଖ ମାନେ ଅଭିଯୋଗ କରିଛନ୍ତି । ଅମୃତସରୋବର ପୋଖରୀ ଖନନ ବିଷୟରେ ପଂଚାୟତ କାର୍ଯ୍ୟାଳୟରେ କୌଣସି ଆଲୋଚନା କରାଯାଇ ନ ଥିବା ବେଳେ ସରପଂଚ ମନଇଚ୍ଛା କାର୍ଯ୍ୟ କରୁଥିବାର ୱାର୍ଡମେମ୍ବରମାନେ ପ୍ରକାଶ କରିବା ସହ ପୋଖରୀ ଖନନ ସ୍ଥଳରେ ବିରାଟ ବିରାଟ ଗଛ ଗୁଡ଼ିକୁ ବନବିଭାଗର ବିନା ଅନୁମତିରେ ଉପାଡ଼ି ଦେଇଥିବା ର ମଧ୍ୟ ଦେଖିବାକୁ ମିଳିଛି । ନୀଳଗିରି ବି.ଡି.ଓ. ଘଟଣାକୁ ଗୁରୁତର ସହ ବିଚାର ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.