Odisha news

ସମାଜସେବୀ ରାମେଶ୍ୱର ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ବାଲେଶ୍ୱର-୨୩/୦୬ : -ସୂଚନା ଅଧିକାର କର୍ମୀ ତଥା ସମାଜସେବୀ ରାମେଶ୍ୱର ବେହେରାଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଜନ୍ମସ୍ଥାନ ଆଳଦିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଯାଦବେଶ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ନୀଳାମ୍ବର ପଣ୍ଡା ,ଅଭୟ ଦାସ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ଚିତ୍ତରଂଜନ ଦାସ, ରାଜେନ୍ଦ୍ର ଦାସ, ଗଜେନ୍ଦ୍ର ବେହେରା, କରୁଣାକର ବେହେରା ପ୍ରମୁଖ ଯୋଗଦେଇଥିଲେ ।

ବକ୍ତାମାନେ କହିଥିଲେ ଯେ ସ୍ୱର୍ଗତ ବେହେରା ଜୀବନବୀମାର ଜଣେ ପ୍ରତିନିଧିଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସାମାଜିକ ଜୀବନରେ ଜଣେ ନିଷ୍ଠାପର ସମାଜସେବୀ ଭାବରେ କାର୍ଯ୍ୟକରି ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ସୂଚନା ଅଧିକାର କ୍ଷେତ୍ରରେ ଧର୍ଯ୍ୟ ଓ ନିଷ୍ଠାର ସହ କାର୍ଯ୍ୟ କରି ବହୁ ଦୁର୍ନୀତିର ପର୍ଦ୍ଦାଫାଶ କରିବା ଲାଗି ନିରନ୍ତର ଉଦ୍ୟମ କରି ବହୁ ରାଜନୈତିକ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ନୀଳାମ୍ବର ମିଶ୍ରଙ୍କ ଦ୍ୱାରା ପରି·ଳିତ ସମ୍ବିଧାନ ସୁରକ୍ଷା ଯଜ୍ଞରେ ଜଣେ ଆଗୁଆ ସୈନିକ ଭାବରେ କାର୍ଯ୍ୟକରି ପ୍ରକୃତ ସମାଜସେବୀର ଭୂମିକା ନିର୍ବାହ କରି ଆସୁଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ରାମେଶ୍ୱରଙ୍କ ପୁଅ ପିୟୁଷଙ୍କୁ ଏକ ଶ୍ରଦ୍ଧାଲେକ୍ଷ୍ୟ ପ୍ରଦାନ କରାଯାଇଥିଲା

Leave A Reply

Your email address will not be published.