Odisha news

ଶୌଚାଳୟ ନିର୍ମାଣ ନେଇ ଅଭିଯୋଗ ଆଣିଲା ମହିଳା କଲେଜ

0

ସିମୁଳିଆ-୨୩/୦୬ – କୁନ୍ତଳାକୁମାରୀ ମହାବିଦ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣକୁ ନେଇ ମହିଳା ମହାବିଦ୍ୟାଳୟ ପକ୍ଷରୁ ସିମୁଳିଆ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବରିଅଞ୍ଚଳରେ ଥିବା କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟ ପରିସରକୁ ଲାଗି ପଞ୍ଚାୟତ ପକ୍ଷରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ କମୁ୍ୟନିଟି ସାନିଟାରୀ କମ୍ପେକ୍ସ ସ୍କିମ୍ରେ ଏକ ସୁଲଭ ଶୌଚାଳୟ ପିଇଓ ବିଶ୍ୱଜିତ ମହାନ୍ତିଙ୍କ ନାମରେ ଥାଇ ଶୌଚାଳୟ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇ ବାଲି ଓ ଚିପ୍ସ ପକା ଯାଇଛି ।

ଏହି ଘଟଣାକୁ ନେଇ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ କଲେଜ ଅଧ୍ୟକ୍ଷ ଭଗବାନ ଚରଣ ସାହୁ ସିମୁଳିଆ ଥାନାରେ ଅଭିଯୋଗ ପତ୍ର ଦାଏର କରିଛନ୍ତି । ଏଥି ସହିତ କଲେଜ ସମ୍ମୁଖରେ ଏକ ଦୋକାନ ହେବା ଯୋଗୁଁ ଅସାମାଜିକ ବ୍ୟକ୍ତିମାନେ କଲେଜକୁ ଆସୁଥିବା ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ବିଷୟ ମଧ୍ୟ କଲେଜ ଅଧ୍ୟକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବରି ପଞ୍ଚାୟତରେ ସରକାରୀ ଜାଗା ନଥିବାରୁ ଆଦିବାସୀ ସାହି ନିମନ୍ତେ ଏହି ଜାଗାକୁ ଚୟନ କରାଯାଇଥିବା ପଞ୍ଚାୟତ ପକ୍ଷରୁ କୁହାଯାଇଛି

Govt
Leave A Reply