Odisha news

ଆଗକୁ ଆସୁଛି ପରାକ୍ରମ ଦିବସ : ଜାଣନ୍ତୁ ନେତାଜୀ ସୁଭାଷ ବୋଷ ଙ୍କ ବିଷୟରେ ୧୦ଟି ରୋଚକ କଥା

0

ଆଗକୁ ଆସୁଛି ପରାକ୍ରମ ଦିବସ, ଯାହା ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀରେ ଅନୁଷ୍ଠିତ ହେବ ଓ ଏହିଦିନ ଠାରୁ ଗଣତନ୍ତ୍ର ଦିବସ ମଧ୍ୟ ଆରମ୍ଭ ହେବାକୁ ଯାଉଛି l ଭାରତୀୟ ମାନେ ଦେଶର ସ୍ୱାଧୀନତା ରେ ନେତାଜୀଙ୍କ ବଳିଦାନ ବିଷୟରେ ସମସ୍ତ ଘଟଣା ଜାଣିଛନ୍ତି , ତଥାପି ଏପରି କିଛି ରୋଚକ କଥା ରହିଛି ଯାହା ହୁଏତ ଆମ ଭିତରୁ ଅଧିକାଂଶ ଲୋକେ ଜାଣି ନଥିବେ l ସେ ଓଡ଼ିଶାର କଟକ ଜିଲ୍ଲାରେ ଜାନୁଆରୀ ୨୩ ତାରିଖ ୧୮୯୭ ରେ ଜନ୍ମ ଗ୍ରହଣ କରିଥିଲେ l

୧ – ନେତାଜୀ ସୁଭାଷ ବୋଷ ଙ୍କୁ ଦେଶ ଭକ୍ତ ମାନଙ୍କ ମଧ୍ୟରେ ପ୍ରିନ୍ସ ଭାବରେ ପରିଚିତ ଥିଲେ l

୨ – ନେତାଜୀ ବୋଷ ଓ ମହାତ୍ମାଗାନ୍ଧୀ ଅଲଗା ଅଲଗା ବିଚାର ଧାରା ର ଥିଲେ ମଧ୍ୟ ଗାନ୍ଧିଜୀଙ୍କୁ ସୁଭାଷ ବୋଷ ଦେଶ ଭକ୍ତଙ୍କ ଦେଶ ଭକ୍ତ ବୋଲି କହୁଥିଲେ l ଯାହା ନେତାଜୀଙ୍କ ବଡ଼ ପଣର ପରିଚୟ ଦେଇଥାଏ l

୩ – ସୁଭାଷ ବୋଷ ସ୍ୱାମୀ ବିବେକାନନ୍ଦ ଓ ପରମହଂସ ଙ୍କ ଦ୍ୱାରା ଖୁବ ଅନୁପ୍ରାଣିତ ଥିଲେ l ସେ ଯେତେବେଳେ ମାତ୍ର ୧୫ ବର୍ଷ ବୟସର ଥିଲେ ସ୍ୱାମୀ ବିବେକାନନ୍ଦ କାର୍ଯ୍ୟ ବିଷୟରେ ଜଣା ପଡିଥିଲା l ଏହାପରେ ତାଙ୍କର ଆଧ୍ୟାତ୍ମିକ ବାଦ ପ୍ରତି ବିଶ୍ୱାସ ବଢିଥିଲା ଓ ତାଙ୍କ ମଧ୍ୟରେ କ୍ରାନ୍ତିର ଜାଗରଣ ଆସିଥିଲା l ତେଣୁ ନେତାଜୀ ବୋଷଙ୍କୁ ଆଧ୍ୟାତ୍ମିକ ଦେଶଭକ୍ତ କୁହା ଯାଉଥିଲା l

୪ – ନେତାଜୀ ଙ୍କୁ ଦେଶ ଭକ୍ତି ପାଇଁ ୧୯୨୧ ରୁ ୧୯୪୧ ମଧ୍ୟରେ ୧୧ ଥର ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା l ଜେଲ୍ ରେ ଥିବା ସମୟରେ ୧୯୩୦ ରେ କଲିକତା ରେ ମେୟର ପଦ ଗ୍ରହଣ କରିଥିଲେ l

୫ – ଜର୍ମାନୀ ରେ ଆଜାଦ ହିନ୍ଦ ରେଡ଼ିଓ ଷ୍ଟେସନ ର ସ୍ଥାପନା ନେତାଜୀ କରିଥିଲେ l ” ଜୟ ହିନ୍ଦ, ଦିଲ୍ଲୀ ଚଲୋ, ମୁଝେ ଖୁନ ଦୋ ମେ ଆଜାଦୀ ଦୁଙ୍ଗା ଭଳି ଵାକ୍ୟାଂଶ ଗୁଡିକ ନେତାଜୀ ଙ୍କ ଦ୍ୱାରା ଗଢା ଯାଇଥିଲା l

୬ – କୁହାଯାଏ ଯେ ଯେତେବେଳେ ନେତାଜୀ ଭାରତର ସ୍ୱାଧୀନତା ପାଇଁ ଜର୍ମାନୀ ର ସହାୟତା ଲୋଡି ସେଠାରେ ରହିଥିଲେ, ସେଠାରେ ସେ ଜଣେ ଏମିଲି ଷୋନକୀ ଜଣେ ଅଷ୍ଟ୍ରେଲିଆ ମହିଳାଙ୍କୁ ବିବାହ କରିଥିଲେ ଓ ପ୍ରସିଦ୍ଧ ଜର୍ମାନ ଅର୍ଥଶାସ୍ତ୍ରୀ ଅନିତା ବୋଷ ତାଙ୍କର କନ୍ୟା ଅଟନ୍ତି l

୭ – ୧୯୪୧ ରେ ଯେତେବେଳେ ନଜରବନ୍ଦୀ ଥିଲେ ସେ ନିଜର ରୂପ ବଦଳାଇ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ l

୮ – ନେତାଜୀ ୧୯୪୧ ରେ ତତ୍କାଳୀନ ଇତଳବି ବିଦେଶ ମନ୍ତ୍ରୀ ଗୋଲୀୟଜ ସ୍ୱୀୟନା ଙ୍କୁ ସାକ୍ଷାତ କରିଥିଲେ l ଯିଏ ତାଙ୍କ ସହିତ ସ୍ୱତନ୍ତ୍ରତା ବିଷୟରେ ଚର୍ଚା କରିଥିଲେ l ସେହି ସମୟରେ ନେତାଜୀ ୬ ସପ୍ତାହ ଧରି ନିଜ ପି[ଅତ୍ନୀଙ୍କ ସହିତ ରୋମ ରେ ରହିଥିଲେ l

୯ – ନେତାଜୀଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ଘେରରେ ରହିଛି ଆଜି ମଧ୍ୟ ଏହା ସମସ୍ତେ ଜାଣିଛେ l ଅଗଷ୍ଟ ୧୮ ତାରିଖ ୧୯୪୫ ରେ ତାଇୱାନ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା l କିନ୍ତୁ ଏହି ଘଟଣା ପରେ ଆଉ ଗୋଟିଏ ତଥ୍ୟ ସାମ୍ନାକୁ ଆସିଥିଲା l ଶୁଣିବାକୁ ମିଳିଥିଲା ଯେ ନେତାଜୀ ଜଣେ ବାବା ଙ୍କ ବେଶରେ ଉତ୍ତର ପ୍ରଦେଶରେ ରହୁଥିଲେ l ସମସ୍ତେ ତାଙ୍କୁ ଅଜଣା ବାବା ନାମରେ ଜାଣୁଥିଲେ l

୧୦ – ନେତାଜୀ ଜଣେ ମେଧାବୀ ଛାତ୍ର ଥିଲେ l ନେତାଜୀଙ୍କ ଦ୍ୱାରା ସ୍ୱରାଜ ନାମକ ଖବର କାଗଜ ଆରମ୍ଭ କରାଯାଇ ଥିଲା l ୧୯୩୫ ରେ ନେତାଜୀଙ୍କ ର ଇଣ୍ଡିଆନ ଷ୍ଟ୍ରଗଲର ନାମକ ପୁସ୍ତକ ପ୍ରକାଶିତ ହୋଇଥିଲା l

Leave A Reply