Odisha news

ଚୀନ୍ ର ରାଜଦୂତ ୟାଙ୍କୀଙ୍କ ବିରୋଧକରି ନେପାଳ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ

0

ନୂଆଦିଲ୍ଲୀ : ନେପାଳର ଘରୋଇ ରାଜନୀତିରେ ଚୀନର ରାଜଦୂତଙ୍କ ହସ୍ତାକ୍ଷପକୁ ନେଇ ଲୋକମାନେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଲେଣି l ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କର ଗାଦି ବଞ୍ଚାଇବାକୁ ଯାଇ ଚୀନ ରାଜଦୂତ ୟାଙ୍କୀ ଲଗାତାର ଭାବରେ କମ୍ୟୁନିଷ୍ଟ ପାର୍ଟିର ନେତା ମାନଙ୍କ ସହିତ ସାକ୍ଷାତ କରୁଛନ୍ତି l ନେପାଳ ଗଣ ମାଧ୍ୟମ ରିପୋଟ ଅନୁସାରେ ୟାଙ୍କୀ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଗାଦିରେ ରଖିବା ପାଇଁ ବିରୋଧ କରୁଥିବା ନେତା ମାନଙ୍କୁ ମନାଇବାରେ ଲାଗିଛନ୍ତି l ବର୍ତମାନ ନେପାଳର ସାଧାରଣ ନାଗରିକ ମଧ୍ୟ ଏହି କଥାକୁ ନେଇ ପ୍ରଶ୍ନ କରିଛନ୍ତି l

ମଙ୍ଗଳବାର ଦିନ କାଠମାଣ୍ଡୁ ସ୍ତିତ ନେପାଳର ଛାତ୍ର ଓ ଛାତ୍ରୀ ମାନେ ଚୀନ ଦୂତାବାସ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ l ନେପାଳୀ ଛାତ୍ରଛାତ୍ରୀ ମାନଙ୍କର ଚୀନ ର ରାଜଦୂତଙ୍କୁ ନେପାଳ ରାଜନୀତିରେ ହସ୍ତକ୍ଷପ ନକରିବା ପାଇଁ ସୂଚେଇ ଦେବା ମୁଖ୍ୟ ଉଦେଶ୍ୟ ଥିଲା l ବର୍ତ୍ତମାନ ପାର୍ଟିର ବରିଷ୍ଠ ନେତା ମାନେ ପ୍ରଧାନମନ୍ତ୍ରୀ ଓଲିଙ୍କର ଇସ୍ତଫା ଦାବି କରୁଛନ୍ତି l ଓଲିଙ୍କ ବିପକ୍ଷରେ ଏହି ଯେଉଁ ମୋର୍ଚା ବାହାରିଛି ଏହାର ନେତୃତ୍ୱ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ବରିଷ୍ଠ ନେତା ମାଧବ ନେପାଳ ନେତୃତ୍ୱ ନେଇଛନ୍ତି l

ଯେତେବେଳେ ନେପାଳରେ ଘରୋଇ ରାଜନୀତିର ଘନ୍ଟାଚକଟା ଚାଲିଛି ସେତେବେଳେ ଚୀନର ରାଜଦୂତ ୟାଙ୍କୀଙ୍କର ଦଖଲ ଦେବା ପ୍ରଶ୍ନବାଚୀ ସୃଷ୍ଟିକରିଛି l ସେ ବିଗତ କିଛିଦିନ ହେଲା ନେପାଳର ଉଚପଦସ୍ତ ସରକାରୀ କର୍ମଚାରୀ ଓ ପାର୍ଟିର ଶୀର୍ଷ ନେତାମାନଙ୍କ ସହିତ ସାକ୍ଷାତ କରି ସାରିଲେଣି l ଗତ ସପ୍ତାହରେ ୟାଙ୍କୀ ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଓ ନେପାଳର କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ମାଧବ କୁମାରଙ୍କ ସହିତ ସାକ୍ଷାତ କରି ସାରିଛନ୍ତି l ଯେବେକି ରାଷ୍ଟ୍ରପତିଙ୍କ ସହିତ ଚୀନ ରାଜଦୂତଙ୍କ ସାକ୍ଷାତ୍କାର ବିଷୟରେ ଵେଦେଶ ମନ୍ତ୍ରଣାଳୟ ପାଖରେ କୌଣସି ତଥ୍ୟନାହିଁ l

Leave A Reply