ନୂଆଦିଲ୍ଲୀ : ନେପାଳ ସୀମାର ନୂଆ ନକ୍ସାକୁ ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ପାସ କରିବା ପରେ ନିଜ ପାଟିର ନେତାମାନଙ୍କ ଦ୍ୱାରା ଆଲୋଚ୍ୟ ହୋଇଛନ୍ତି l ପ୍ରଧାନମନ୍ତ୍ରୀ ଓଲି ଦୁଇଦିନ ପୂର୍ବରୁ ମତ ଦେଇଥିଲେ ଯେ ଭାରତ ନେପାଳର କିଛି ରାଜନେତା ମାନଙ୍କ ସହିତ ମିଶି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି l ବର୍ତମାନ ନେପାଳର ତିନି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହିତ ଓଲିଙ୍କ ଦଳର ନେତାମାନେ କହିଛନ୍ତି ଯେ ଓଲି ଭାରତ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି ,ଯଦି ଏହି ଆରୋପକୁ ଓଲି ପ୍ରମାଣ ନକରି ପାରିବେ ତେବେ ନିଜ ପଦରୁ ଇସ୍ତଫା ଦେବେ l
ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିରେ ମନାନ୍ତର ବୃଦ୍ଧି ପାଉଥିବା ବେଳେ ଆଜି ନେପାଳୀ ପ୍ରଧାନମନ୍ତ୍ରୀ କେପି ଓଲା ଇସ୍ତଫା ଦେବାର ସମ୍ଭାବନା ଥିବା ସୂଚନା ମିଳିଛି। ଆଜି ଅପରାହ୍ଣ ୪ଟା ବେଳେ ସେ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଲାଗି ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିରେ ଦାବି ଜୋର୍ ଧରିଛି। ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଆଞ୍ଚଳିକ ଦଳ ସହ ଭାରତ ଯୋଜନା କରୁଥିବା କଥା ସେ ଜୁନ୍ ୨୮ ତାରିଖ ଦିନ କହିବା ପରେ ତାଙ୍କ ଇସ୍ତଫା ଦାବି ଉଠିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଦୂତାବାସ ଏବଂ ହୋଟେଲ୍ମାନଙ୍କରେ ନାନାବିଧ କାର୍ଯ୍ୟକଳାପ ଚାଲିଛି।
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ବିରୁଦ୍ଧରେ ଓଲିଙ୍କର ଆରୋପ ସମ୍ପୁର୍ଣ୍ଣ ଭୁଲଥିଲା l ପୁଣି ସେ କହିଛନ୍ତି “ସିଏ ଭାରତ ନଥିଲା,ମୁଁ ନିଜେ ଓଲିଙ୍କର ଇସ୍ତଫା ପାଇଁ ଦାବି କରିଥିଲି l କାରଣ ଓଲି ଦେଶକୁ ଠିକ୍ ରେ ଚଳାଇ ପାରୁ ନାହାଁନ୍ତି l ଓଲି ଏପରି ଦ୍ଦାଇତ୍ୱ ଶୂନ୍ୟ ଟିପଣି ଦେଇଥିବା ହେତୁ ତାଙ୍କୁ ପ୍ରମାଣ ଦେବାକୁ ପଡିବ “l ସ୍ଥାଇ ସମିତିର ଏକ ସଦସ୍ୟଙ୍କ କହିବା ଅନୁସାରେ ମିତ୍ର ରାଷ୍ଟ୍ର ଭାରତ ପାଇଁ ଓଲି ଏପରି ଅସମ୍ବେଦନଶୀଳ ଟିପଣି ଦେଇ ଏକ ଦାଇତ୍ୱ ଶୂନ୍ୟ କାମ କରିଛନ୍ତି l ଓଲି ନିଯଉପରେ ଲଗାଯାଇଥିବା ଆରୋପକୁ ଖଣ୍ଡନ କରି କହିଛନ୍ତି ଭାରତୀୟ ଗଣ ମାଧ୍ୟମରେ ଗୋପନୀୟ ବୈଠକ ଦ୍ୱାରା ତାଙ୍କୁ ଜଣl ପଡିଛି
ରବିବାର ଦିନ ଓଲି ନିଜର ଜଣେ ଅଧିକାରୀଙ୍କ ଅlବlସରେ ଏକ ସମାରୋହ ଯୋଗ ଦେଇ କହିଥିଲେ ଦେଶର ନୂଆନକ୍ସା ସଂସଦରେ ପାସ ହେବାପରେ ମୋ ବିରୁଦ୍ଧରେ ଷଡଯନ୍ତ୍ର ଚାଲିଛି l ବୁଦ୍ଧିଜୀବୀ ମାନଙ୍କର ଚର୍ଚା ,ଭାରତୀୟ ଗଣ ମାଧ୍ୟମ ମଧ୍ୟରେ କାଠମାଣ୍ଡୁର ଅଲଗା ଅଲଗା ହୋଟେଲ୍ ରେ ବୈଠକ କରାଯାଇ ମତେ ଗାଦିଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ,କିନ୍ତୁ ସେମାନେ ଏଥିରେ ସଫଳ ହେବେ ନାହିଁ l
ଏହା ମଧ୍ୟରେ ମଙ୍ଗଳବାର ଦିନ ନେପାଳର ସରକାରୀ ଖବର କlଗଚ “ଦ ରାଇଜିଙ୍ଗ ନେପାଳ “କୁ ଦେଇଥିବା ଏକ ସାକ୍ଷାତକାରରେ ଚୀନର ରାଜଦୂତ ୟାକିଂ ଭାରତୀୟ ସେନାମୁଖ୍ୟ ଜେନେରାଲ ନରବଣେଙ୍କୁ ସମାଲୋଚନା କରିଛନ୍ତି ଓ କହିଛନ୍ତି ନରବଣେ ଭାରତ ନେପାଳ ସୀମା ବିବାଦରେ ଚୀନକୁ ଦୋଷଦେଇ ଠିକ କରି ନାହାଁନ୍ତି l ବାମଦେବ ଗୌତମ ସବୁକିଛି ଖଣ୍ଡନ କରି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି l
