ନୂଆଦିଲ୍ଲୀ : ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଦଲ୍ ନାଗରିକତା ସଂଶୋଧନ ବିଲ କୁ ମଞ୍ଜୁରୀ ଦେଇଛନ୍ତି l ଏହି ବିଷୟ ରେ ରାଷ୍ଟ୍ରପତି ଙ୍କ ଉପଦେଷ୍ଟା ବାବୁରାମ କୁଅଁଁର ଗଣମାଧ୍ୟମ ରେ ତଥ୍ୟ ଦେଇଛନ୍ତି l ନେପାଳ ରେ ନୁଆ ନାଗରିକତା ସଂଶୋଧନ କୁ ମଞ୍ଜୁରୀ ମିଳିବା ପରେ ବିବାଦ ବଢି ଯାଇଛି l ଏହି ବିଲ ସଂଶୋଧନ ରେ ଚୀନ ଓ ନେପାଳ ମଧ୍ୟରେ ସମ୍ପର୍କ ରେ ତିକ୍ତତା ଆସିପାରେ l
ଏହି ନିୟମ ରେ ସଂଶୋଧନ କୁ ନେଇ ଦୀର୍ଘ ସମୟ ରୁ ଚର୍ଚ୍ଚା ଚାଲିଥିଲା l କାଠମାଣ୍ଡୁ ରିପୋର୍ଟ ଅନୁସାରେ , ଏହା ପୂର୍ବରୁ ନେପାଳ ର ପୂର୍ବ ରାଷ୍ଟ୍ରପତି ବିଦ୍ୟା ଦେବି ଭଣ୍ଡାରୀ ୨ ଥର ଉପସ୍ଥାପନ ହୋଇଥିଲେ ସୁଧା ମଞ୍ଜୁରୀ ଦେଇ ନଥିଲେ l ମିଳିଥିବା ସୂଚନା ଅନୁଯାୟୀ ଯଦି ନାଗରିକତା ସଂଶୋଧନ ବିଲ କୁ ଅନୁମୋଦନ ମିଳିବ ତେବେ ଏହାଦ୍ୱାରା ୪ ଲକ୍ଷ ନାଗରିକ ଙ୍କ ର ନାଗରିକତ୍ୱ ଅଧିକାର ସ୍ଥାୟୀ ହୋଇଯିବ l
ନୁଆ ନାଗରିକତା ସଂଶୋଧନ ର ଲାଭ -:
୨୦୦୬ ରେ ନେପାଳ ରେ ରାଜ ଶାସନ ର ବିଲୋପ ହେଲା l ଏହାପରେ ନେପାଳ ରେ ଲୋକତନ୍ତ୍ର ଶାସନ ର ଲାଗୁ ହେଲା l ୨୦୧୫ ରେ ନେପାଳ ରେ ଗୋଟିଏ ସମ୍ବିଧାନ ର ଲାଗୁ ହେଲା l ଏହି ସମ୍ବିଧାନ ଲାଗୁ ହେବା କାରଣରୁ ଅନେକ ନେପାଳୀ ନାଗରିକ ଙ୍କୁ ପ୍ରକୃତିକ ନାଗରିକତ୍ୱ ମିଳିଗଲା l କିନ୍ତୁ ସେମାନଙ୍କ ପିଲା ମାନଙ୍କୁ ନାଗରିକତ୍ୱ ମିଳି ପାରିଲା ନାହିଁ l କିନ୍ତୁ ସେମାନଙ୍କୁ ବର୍ତମାନ ସହଜ ରେ ନାଗରିକତ୍ଵ୍ ମିଳିଯିବ l
ଭାରତ କୁ ମଧ୍ୟ ଲାଭ -:
କୁହାଯାଏ ଯେ ଭାରତ ଓ ନେପାଳ ମଧ୍ୟରେ କନ୍ୟା ଦିଆନିଆ ର ସମ୍ପର୍କ l ଭାରତୀୟ ଝିଅ ମାନଙ୍କ ବିବାହ ସାଧାରଣ ଭାବରେ ନେପାଳ ରେ ହୋଇଥାଏ l ସେମାନଙ୍କୁ ନେପାଳ ର ନାଗରିକତା ପାଇଁ ୭ ବର୍ଷ ଅପେକ୍ଷା କରିବାକୁ ପଡିଥାଏ l କିନ୍ତୁ ନିୟମ ରେ ସଂଶୋଧନ ହେବା ପରେ ଏହି ପରିସ୍ଥିତି ଆଉ ହେବ ନାହିଁ l ଏହି ମଞ୍ଜୁରୀ ଏଭଳି ସ୍ଥତି ରେ ଦିଆଯାଇଛି ଯେତେବେଳେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ୍ ପ୍ରଚଣ୍ଡ ବିଦେଶ ଯାତ୍ରା ପାଇଁ ଭାରତ ଆସିଛନ୍ତି l
କାହିଁକି ଚୀନ ସଂଶୋଧନ ପକ୍ଷରେ ନାହିଁ -:
ଚୀନ କହିଛି ଯେ ଏଥିପାଇଁ ତିବତ ସରଣାର୍ଥୀ ଙ୍କୁ ନେପାଳୀ ନାଗରିକତା ଓ ସମ୍ପତି ର ଅଧିକାର ଦେଇ ପାରିବ l ଏପରି ସ୍ଥିତି ରେ ତିବତ ଲୋକ ନେପାଳ ର ନାଗରିକ ହୋଇଯିବେ l ସୂଚନା ଯୋଗ୍ୟ ଯେ ଭାରତ ପରେ ସବୁଠୁ ଅଧିକ ତିବତ ନାଗରିକ ନେପାଳ ରେ ରହି ଥାଆନ୍ତି l ଏହି ପରିସ୍ଥିତି ରେ ଚୀନ ର ଚିନ୍ତା ବଢ଼ାଇ ଦେଇଛି l