ନୂଆଦିଲ୍ଲୀ : ନେପାଳରେ ସରକାର ଭଙ୍ଗ ହେବା ପରେ ସତା ରୁଢ଼ ନେପାଳ କମ୍ୟୁନିଷ୍ଟ ପାର୍ଟି ଭାଙ୍ଗିବାକୁ ବସିଛି l ପ୍ରଧାନମନ୍ତ୍ରୀ ଓଲି ବୈଠକ ଡାକି ପାର୍ଟିର ପୁନର ଗଠନ କରି ଦେଇଛନ୍ତି ଓ ୧୧୯୯ ସଦସ୍ୟଙ୍କର ନୂଆ ସମିତି ତିଆରି କରିଛନ୍ତି l ପ୍ରଚଣ୍ଡ ଅଲଗା ବୈଠକ କରି ଓଲିଙ୍କୁ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି l ବରିଷ୍ଠ ନେତା ଓ ପୂର୍ବ ପ୍ରଧାନମନ୍ତ୍ରୀ ମାଧବ କୁମାରଙ୍କୁ ପାର୍ଟିର ନୂଆ ସଂଯୋଜକ କରିଛନ୍ତି l ପ୍ରଚଣ୍ଡ କହିଛନ୍ତି ଯେ ସେ ଓଲିଙ୍କ ବିରୁଦ୍ଧରେ ନେପାଳର ସୁପ୍ରିମ କୋର୍ଟକୁ ମଧ୍ୟ ଯିବେ l ନେପାଳରେ ରବିବାର ଦିନ ମନ୍ତ୍ରୀ ମଣ୍ଡଳର ସୁପାରିଶ ପରେ ସରକାର ଭାଙ୍ଗିବା ଓ ରାଷ୍ଟ୍ରପତିଙ୍କ ଦ୍ୱାରା ମଧ୍ୟବର୍ତ୍ତୀ ମତଦାନର ଘୋଷଣା ପରେ କମ୍ୟୁନିଷ୍ଟ ପାର୍ଟି ଭାଙ୍ଗି ଯାଇଛି l
ପ୍ରଧାନମନ୍ତ୍ରୀ ଓଲି ଓ ତାଙ୍କ ବିରୋଧୀ ପୁଷ୍ପକମଳ ପ୍ରଚଣ୍ଡ ଅଲଗା ଅଲଗା ପାର୍ଟିର ବୈଠକ କରିଥିଲେ l ଉଭୟ ନିଜ ପାର୍ଟିକୁ ବସ୍ତିବିକ କମ୍ୟୁନିଷ୍ଟ ପାର୍ଟି ବୋଲି କହିଛନ୍ତି l ଓଲି ନିଜ ଅଧିକାରୀଙ୍କ ଆବାସରେ ନୂଆ ସମିତି ଗଠନ କରିଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ ନୂଆ ପୁରୁଣା ସଦସ୍ୟଙ୍କୁ ଶପଥ ଦିଆଯାଇଥିଲା l ପ୍ରଧାନମନ୍ତ୍ରୀ ଓଲିଙ୍କର ଏହି ଚେଷ୍ଟା କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ସମିତିରେ ନିଜର ବହୁମତ ପ୍ରସ୍ତୁତ କରିବା ପାଇଁ l ବର୍ତ୍ତମାନ ୪୪୬ ଜଣ ସଦସ୍ୟଙ୍କ ସହିତ ୫୫୬ଜଣ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇଛି l ପ୍ରଚଣ୍ଡ ମଧ୍ୟ କେନ୍ଦ୍ରୀୟ ସମିତିର ଅଲଗା ବୈଠକ କରିଛନ୍ତି l ବୈଠକରେ ସମିତିର ୩୧୫ ଜଣ ସଦସ୍ୟ ମାଧବ କୁମାରଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ଓଲିଙ୍କ ସ୍ଥାନରେ ସଂଯୋଜକ ପାଦରେ ରଖିଥିଲେ l