ନୂଆଦିଲ୍ଲୀ : ଚୀନ ଗୋଟିଏ ପଟେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରୁଥିବା ବେଳେ ଅନ୍ୟପଟରେ ନେପାଳକୁ ଉସକେଇବା ଆରମ୍ଭ କରିଛି l ମିଳିଥିବା ସୂଚନା ଅନୁସାରେ ନେପାଳ ଚୀନର କଥାରେ ପଡି ଭାରତ ନେପାଳ ବର୍ଡ଼ରର ଅଧିକାଂଶ ସ୍ଥାନରେ ନିଜର ଗତିବିଧି ବଢ଼ାଇଦେଇଛି l ନେପାଳ ପୁରା ବର୍ଡ଼ରରେ ନିଜ ପକ୍ଷରୁ ୨୦୦ ରୁ ଅଧିକ ବର୍ଡ଼ର ଆଉଟପୋଷ୍ଟ କାମ ଦ୍ରୁତ ଗତିରେ ତିଆରି କରୁଛି ,ଏହି କାମ ପୂର୍ବରୁ ନେପାଳ କରୁନଥିଲା l
ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ନେପାଳ ଆଜିପର୍ଯ୍ୟନ୍ତ ନିଜାକ୍ଷେତ୍ର ଖଲଙ୍ଗା ,ଛାଙ୍ଗରୁ ଓ ଝୁଲାଘାଟ ପରେ ପଞ୍ଚେଶ୍ବରର ରୋଲଘାଟରେ BOP ତିଆରି କରି ସେଠାରେ ସୈନିକ ମାନଙ୍କର ପହରା ଆରମ୍ଭ କରିଦେଇଛି l ଏହା ସହିତ ନେପାଳର ଲିପୁଲେଖ ନିକଟରେ ମଧ୍ୟ BOP ତିଆରି କରୁଛି l ମିଳିଥିବା ସୂଚନା ଅନୁସାରେ ଭାରତ ନେପାଳ ବର୍ଡ଼ରରେ ଆମ ଦେଶର SSB ମୁତୟନ ହୋଇଛନ୍ତି ,ସେମାନଙ୍କର ୫ ଶହଟି BOP ଅଛି l ନେପାଳ ମଧ୍ୟ ଭାରତର ସମକକ୍ଷ ହେବାକୁ ଚାହୁଁଚି ,ତେଣୁ ସେ ମଧ୍ୟ ନିଜ ଏରିଆରେ ୪ ଶହରୁ ୫ ଶହ BOP ତିଆରି କରିବା ଆରମ୍ଭ କରିଦେଇଛି l
ବର୍ତମାନ ସୀମାରେ ନେପାଳର ମାତ୍ର ୧୩୦ ଟି BOP ଅଛି l ବର୍ତମାନ ନେପାଳ ଯେପରି BOP ତିଆରି କରିବା ଆରମ୍ଭ କରିଛି ଏହା ଶୁଭ ସଂକେତ ଦେଉନାହିଁ l ଲକଡାଉନ ଓ ସୀମା ବିବାଦ ସମୟରେ ନେପାଳ ନିଜ ସୀମାରେ ପେଟ୍ରୋଲିଙ୍ଗ ବଢ଼ାଇ ଦେଇଛି l ନେପାଳର ଝୁଲାଘାଟ ସ୍ଥିତ ସୀମା ପୋଲୋ ଉପରେ ଅସ୍ଥାୟୀ ପୋଷ୍ଟକୁ ଖୋଲି ସୈନ୍ୟ ମାନଙ୍କର ସଂଖ୍ୟା ବଢ଼ାଇ ମୁତୟନ କରିଛି l ମିଳିଥିବା ସୂଚନା ଅନୁସାରେ ଝୁଲାଘାଟରେ APF ର ଦୁଇ ଡର୍ଜନରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି l ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁସାରେ ନେପାଳର ସୁସ୍ତl କ୍ଷତ୍ରରେ ହେଲିପ୍ୟାଡ଼ ତିଆରି ହେଉଛି l ଏହି ଅଞ୍ଚଳଟି ବିହାରର ପୂର୍ବ ଚମ୍ପାରଣ ନିକଟରେ ଅଟେ l
