ନେମାଳ : ଆସନ୍ତା ଜୁନ୍ ୫ ତାରିଖ ପ୍ରସିଦ୍ଧ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ବର୍ତମାନ କରୋନା ମହାମାରୀ ପାଇଁ ସରକାରଙ୍କ ତରଫରୁ ଲକ୍ ଡାଉନ ଘୋଷଣା ପ୍ରକ୍ରିୟା ଜାରୀ ରହିଛି । ଯାହାଫଳରେ ଆସନ୍ତା ଜୁନ୍ ୧ ତାରିଖ ଠାରୁ ୫ ଦିନ ଧରି ପୀଠ ଚର୍ତୁପାଶ୍ୱର୍ ଓ ଆଖ ପାଖ ପ୍ରବେଶ ଦ୍ୱାରରେ ୧୪୪ ଧାରା ଜାରୀ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଳାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସଦର ଉପଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଓ ମହାପୁରୁଷ ଅଚୁ୍ୟତାନନ୍ଦ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟୀ ଶୁଭ୍ରାଂଶୁ ମିଶ୍ର, ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ର କୁମାର ପାତ୍ର, ଆଡିସନାଲ ଏସ୍ ପି ପ୍ରଦୁ୍ୟମ୍ନ ଜେନା, ଏସ୍ ଡି ପି ଓ ନିମାଇଁ ଚରଣ ସେଠୀ, ନେମାଳ ଥାନା ଅଧିକାରୀ ନିହାର ରଂଜନ ମହାନ୍ତି, ଆର.ଡି. ଜେ.ଇ ମାନସ ରଂଜନ ଚୌଧୁରୀ,ସେବକ ସଂଘର ସଭାପତି କ୍ଷମାନିଧି ପୂଝାରୀ, ଅଜୟ କୁମାର ପୃଷ୍ଟି, ଶାନ୍ତନୁ କୁମାର ପୂଝାରୀ, ହରେକୃଷ୍ଣ ପୂଝାରୀ, ସ୍ଥାନୀୟ ସରପଂଚ ମୁକ୍ତାର ଅଲୀ, ସୁଧାଂଶୁ ଶେଖର ମହାପାତ୍ର, କେଶବ ଚନ୍ଦ୍ର ଦଳାଇ, ସାସ୍ ସଂପାଦକ ବିନୟ କୁମାର ଦାସ, ସାମ୍ବାଦିକ ଗୋବିନ୍ଦ ଦାସ, ରତ୍ନାକର ବାରିକ, ଧରଣୀଧର ପୂଝାରୀ, ଶରତ ମଲ୍ଳିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଦେବସ୍ନାନ ଯାତ୍ରାକୁ ପାଳନ କରିବା ପାଇଁ ଆଲୋଚନା କରିଥିଲେ ।
ଠାକୁରଙ୍କ ନୀତିକ୍ରାନ୍ତୀ ବ୍ୟତୀତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ଭୋଗ ଲାଗିକୁ ବାରଣ କରାଯାଇଛି । କୌଣସି ଶ୍ରଦ୍ଧାଳୁ ଯେପରି ପୀଠକୁ ନ ଆସନ୍ତି ସେଥିପାଇଁ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଡାକବାଜି ଯୋଗେ ପ୍ରଚାର ପ୍ରସାର କରାଯିବା ସହ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ଦ୍ୱାର ମାନଙ୍କରେ ପୁଲିସ ପହରା ଦିଆଯିବ ବୋଲି ନିଷ୍ପତି ହୋଇଛି ।