Odisha news

ବରିଷ୍ଠ ଆଏଏସ୍ ଅଧିକାରୀ ରବିନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଦାୟୀତ୍ୱ

0

ନୟାଗଡ଼ : ରାଜ୍ୟ ନିର୍ବାଚନ ଆୟୋଗ ସଚିବ ବରିଷ୍ଠ ଆଇଏଏସ୍ ଅଧିକାରୀ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ସରକାର ଶ୍ରୀଯୁକ୍ତ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି । ଏଠାରେ କାର୍ଯ୍ୟରତ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କୁ ଓଡ଼ିଶା ରାଜ୍ୟ ଓøଷଧ ନିଗମ ଲିଃ. ପରିଚାଳନା ନିଦେ୍ର୍ଦଶକ ପଦବୀକୁ ବଦଳି କରା ଯାଇଥିବା ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

ନୟାଗଡ଼ ଜିଲ୍ଲା ନୂତନ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଖୁବ ଶିଘ୍ର କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ମିଳିଛି । ପୂର୍ବରୁ ଏଠାରେ ଜିଲ୍ଲାପାଳ ଥିବା ଡା. ପୋମା ଟୁଡ଼ୁ ୨୦୧୯ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଇତି ମଧ୍ୟରେ ଶ୍ରୀମତି ଟୁଡ଼ ନୟାଗଡ଼ରେ ୩ବର୍ଷରୁ ଅଧିକ ସମୟଧରି କାର୍ଯ୍ୟ କରିଛନ୍ତି । ସେହିପରି ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ଶ୍ରୀଯୁକ୍ତ ସାହୁ ଏଥି ପୂର୍ବରୁ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ନୟାଗଡ଼ ଜିଲ୍ଲା ସମ୍ବନ୍ଧରେ ନୂତନ ଜିଲ୍ଲାପାଳ ବିରିଷ୍ଠ ଆଇଏଏସ୍ ଅଧିକାରୀ ରବିନ୍ଦ୍ର ନାଥ ସାହୁଙ୍କ ପୂର୍ବ ପରିଚୟ ରହିଛି । ଶ୍ରୀଯୁକ୍ତ ସାହୁ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ପଦବୀ ଭଳି ଗୁରୁତ୍ୱପୂର୍ଣ୍ଣ ତଥା ଦାୟୀତ୍ୱ ସଂପନ୍ନ ଆସନରେ ରହି ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରି ଆସିଛନ୍ତି । ଏପରି ଜଣେ ଅଭିଜ୍ଞ ତଥା ବିରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟଭାର ପ୍ରଦାନ ଜିଲ୍ଲାର ସାମଗ୍ରୀକ ବିକାଶକୁ ତ୍ୱରାନ୍ୱୀତ କରିବା ଅନେକ ସଚେତନ ନାଗରୀକ ପ୍ରକାଶ କରିଛନ୍ତି ।

Nalco
Leave A Reply