ଜମନକିରା,୧୧/୧୦: ଆଜି ଜମନକିରା ବ୍ଲକ ସମ୍ବିଲନୀ କକ୍ଷରେ ସମସ୍ତ ସମିତି ସଭ୍ୟ, ସଭ୍ୟା ଓ ସରପଞ୍ଚ ମାନଙ୍କୁ ନେଇ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟତଃ ଆବାସ ଯୋଜନା, ପାନୀୟ ଜଳ, ଶିକ୍ଷା ଓ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥଲା। ଅନ୍ୟମାନଙ୍କ ମଧ୍ୟର ଉପାଧକ୍ଷ ରୋହିତ ଭୋଇ, ଜିଲ୍ଲାପରିଷଦ ଜୋନ ୧ ସୁଜାତା ଝୁଣ୍ଟିଆ, ଜୋନ୨ ତାନୟା ଧୁରୂଆ, ସାଂସଦ ପ୍ରତିନିଧି ସୁନିଲ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଡିଓ ଟୁନୁ ମେହେର ପରିଚାଳନା କରିଥିବା ବେଳେ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
