Odisha news

ବହୁଚର୍ଚ୍ଚିତ ନୟାଗଡ଼ ‘ପରୀ’ ହତ୍ୟା ଘଟଣା : ନ୍ୟାୟ ପ୍ରଦାନ ଦାବିରେ ବିଜେପି ଓ କଂଗ୍ରସର ପ୍ରତିଯୋଗିତା

0

ନୟାଗଡ଼ : ନୟାଗଡ଼ ‘ପରୀ’ ହତ୍ୟା ମାମଲା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ମଧ୍ୟରେ ସତେ ଯେମିତି ଚାଲିଛି ପ୍ରତିଦ୍ୱନ୍ଦିତା । ରାଜନୈତିକ ଦୃଶ୍ୟପଟରେ ଘଟଣାରୁ କିଏ କେତେ ଅଧିକ ଫାଇଦା ଉଠାଇ ପାରିବେ ତାହାକୁ ନେଇ ଉଭୟ ଦଳ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି । ‘ପରୀ’ ଘଟଣାରେ ପରସ୍ପରକୁ ଆକ୍ଷେପ କରିବାରେ ଉଭୟ ବିଜେପି ଓ କଂଗ୍ରେସ ସମାନ ସ୍ଥିତିରେ ରହିଥିବା ଦେଖା ଯାଇଛି ।

ବହୁଚର୍ଚ୍ଚତି ନୟାଗଡ଼ ‘ପରୀ’ ହତ୍ୟା ମାମଲାର ତାତି ରାଜ୍ୟ ପରେ ଜାତୀୟସ୍ତରକୁ ପ୍ରଭାବିତ କରିଲାଣି । ପରୀ ମାମଲା ପ୍ରଥମେ ରାଜ୍ୟ ରାଜନୀରେ ସିମୀତ ରହିଥିଲା ।ଏହା ଏବେ ଜାତୀୟସ୍ତର ରାଜନୀତିକୁ ସରଗରମ କରିବାକୁ ବସିଛି । ଘଟଣାରେ ରାଜ୍ୟ ସରକାର ଏସ୍ ଆଇ ଟି ତଦନ୍ତ ଆଦେଶ ଦେବା ପରେ ତଦନ୍ତ କାର୍ଯ୍ୟ ଜାରି ରହିଛି । ସେପଟେ ଘଟଣାକୁ ନେଇ ରାଜନୀତି ଥମିବାର ନାଅାଁ ଧରୁନି । ପରୀ ମାମଲାକୁ ନେଇ ନୟାଗଡ଼ରେ ପ୍ରତିଦିନ ରାଜନେତାଙ୍କ ସୁଅ ଛୁଟୁଛି ।

‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ କୃଷି ମନ୍ତ୍ରୀଙ୍କ ବହିସ୍କାର ଦାବିରେ ଭାଜପା ରାଜ୍ୟବ୍ୟାପୀ ଆନେ୍ଦାଳନର କରିବାର ନିଷ୍ପତ୍ତି ଘୋଷଣାର ଦିନକ ପରେ ଶନିବାର ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ଆରମ୍ଭ କରିଛି ଦଳ । ଦଳୀୟ ମୁଖପାତ୍ର ସଂମ୍ବିତ ପାତ୍ର, ନେତ୍ରୀ ଲେଖାଶ୍ରୀ ସାମନ୍ତ, ସୁରମା ପାଢ଼ି, ଇରାନି ରାୟ, ଲାଲା ମନୋଜ ରାୟ ଏବଂ ସନ୍ତୋଷ କୁମାର ପ୍ରଧାନ ଆଦି ବହୁ ସଂଖ୍ୟରେ କର୍ମକର୍ତ୍ତା ଧାରଣା ସ୍ଥଳରେ ସାମିଲ ଥିଲେ । ନୟାଗଡ଼ ଯଦୁପୁର ଗାଁର କୁନି ଝିଅ ‘ପରୀ’ ହତ୍ୟା ମାମଲାରେ ବିଜେଡ଼ି ଓ କଂଗ୍ରେସ ଏକ୍ହୋଇ ଯାଇଥିବା କହିଛନ୍ତି । ‘ପରୀ’ ହତ୍ୟା ଘଟଣାକୁ ଚପାଇ ଦେବା ମସୁଧାରେ ସରକାର ସିବିଆଇ ତଦନ୍ତ ପରିବର୍ତ୍ତେଏସ୍ ଆଇ ଟି ତଦନ୍ତ କରୁଥିବା ଧାରଣା ସ୍ଥଳରେ ଦଳର ମୁଖପାତ୍ର ସଂମ୍ବିତ ପାତ୍ର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ସେପଟେ ‘ପରୀ’ ମାମଲାରେ ବିଜେଡ଼ି ସହ ଭିତିରି ବୁଝାମଣା ଓ ରାହୁଲ ଗାନ୍ଧିଙ୍କ ନୀରବତା ନେଇ ଭାଜପା ଟିପଣୀକୂ କଂଗ୍ରେସ ଦଳ ଖଣ୍ଡନ କରିଛି । ଦଳର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ନୟାଗଡ଼ ‘ପରୀ’ ଘଟଣାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ‘ପରୀ’ ଘଟଣାରେ ନ୍ୟାୟ ଦାବିରେ ଦଳ ସଦାବେଳେ ଆଗରେ ରହିଛି । ପରୀ ପରିବାରକୁ ନ୍ୟାୟ ମିଳିବା ଦାବିରେ ଦଳ ଅଟଳ ରହିଥିବା ନୟାଗଡ଼ ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ‘ପରୀ’ ମାମଲାରେ ଭାଜପା ବିଜେଡ଼ିକୁ ସୁହାଇଲା ଭଳି କାର୍ଯ୍ୟକରୁ ଥିବା ଓଲଟା ଅଭିଯୋଗ କରିଛନ୍ତି କଂଗ୍ରସ ପ୍ରଭାରୀ ଚେଲ୍ଲା କୁମାର ।

ଶନିବାର ଦିନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ନେତାଙ୍କୁ ସାଥିରେ ଧରି ଦଳର ପ୍ରଭାରୀ ଚେଲ୍ଲା କୁମାର ନୟାଗଡ଼ରେ ପହଞ୍ଚିଥିଲେ । ଯଦୁପୁର ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ‘ପରୀ’ ବାପା ମାଆଙ୍କୁ ଭେଟିଥିଲେ କଂଗ୍ରେସ ନେତୃବର୍ଗ । ଘଟଣା ସଂପର୍କରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଦଳୀୟ ନେତୃତ୍ୱ ରାଜଧାନୀ ଭୁବନେଶ୍ୱର ଫେରିଛନ୍ତି । ଏହି ଗସ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ଜୟଦେବ ଜେନା, ତାରାପ୍ରସାଦ ବାହିନୀପିତ, ଭକ୍ତ ଦାସ ଆଦି ସାମିଲ ହୋଇଥିଲେ । ନୟାଗଡ଼ରୁ ଦଳର ରଣଜିତ ଦାଶ, ମନୋଜ କୁମାର ସାହୁ, ହୁସେନ ଖାଁ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Leave A Reply