Odisha news

ଉଦଯାପିତ ହେଲା କୋଣାର୍କ ଉତ୍ସବ, ଓଡ଼ିଶୀରେ କୃଷ୍ଣ ଗାଥା ଓ କଥକ ପ୍ରେମରେ ଭାବବିହ୍ଵଳ ଦର୍ଶକ

0
କୋଣାର୍କ : ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା କୋଣାର୍କ ର ମୁକ୍ତାକାଶ ରଙ୍ଗମଞ୍ଚରେ ପାଞ୍ଚଦିନ ବ୍ୟାପି ଅନୁଷ୍ଟିତ ହେଉଥିବା ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ଶନିବାର ଦିନ ଉଦଯାପିତ ହୋଇଯାଇଛି ।କୋଣାର୍କ ଉତ୍ସବ ର ଉଦଯାପନୀ  ସନ୍ଧ୍ୟା ରେ  ପ୍ରଦୀପ ପ୍ରଜ୍ଵଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ରାଜ୍ୟ ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ସଚିବ ଵିଶାଲ କୁମାର ଦେବ ଏବଂ ପର୍ଯ୍ୟଟନ ନିର୍ଦ୍ଧେଶକ ସଚିନ କୁମାର ଯାଦବ ।ପରେପରେ ରଙ୍ଗମଞ୍ଚ ରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତି ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଂକରାଭରଣ ପଲ୍ଲବୀ ।ଶୁଦ୍ଧ ନୃତ୍ୟ ପଲ୍ଲବୀ ରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନଶ୍ଵର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ  ମଞ୍ଚ ରେ ନିଖୁଣଭାବେ ପରସିଥିଲେ ଗବେଷଣା କେନ୍ଦ୍ରର ସଫଳ ଶିଳ୍ପୀଗଣ ।
ଏହାପରେ ପି.ଭି .କୃଷ୍ଣମୃର୍ତ୍ତିଙ୍କ ପରିକଳ୍ପନା ଆଧାରରେ ଗବେଷଣା କେନ୍ଦ୍ରରେ ସଂଯୋଜିତ ହୋଇଥିବା ନୃତ୍ୟାଭିନୟ କୃଷ୍ଣଗାଥାକୁ ଉପସ୍ଥାପନ କରିଥିଲେ ଶିଳ୍ପୀ ବୃନ୍ଦ । ଏଥିରେ ରାଧା କୃଷ୍ଣଙ୍କ  ପ୍ରତି ବିଳାସର ଏକ ସମ୍ପୂର୍ଣ୍ଣ ଚିତ୍ରକୁ ପରିବେଷଣ କରିଥିଲେ ନୃତ୍ୟାଙ୍ଗନା ମାନେ  ।ଯାହା ଦର୍ଶକ ମାନଙ୍କୁ ବେଶ ଭାବ ବିହ୍ଵଳିତ କରିଥିଲା ।ଦ୍ୱିତୀୟ ଚରଣରେ  ଶାସ୍ତ୍ରୀୟ କଥକ ନୃତ୍ୟକୁ  ନେଇ ମଞ୍ଚ ରେ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ସାଥି ଶିଳ୍ପୀ ।
ଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ର ଶିଳ୍ପୀଗଣଙ୍କ  ପରିବେଷଣ ରେ ପ୍ରେମର ନିରନ୍ତରତାକୁ  ନେଇ ପ୍ରସ୍ତୁତ ହୋଇଥିଲା କଥକ ଶୈଳୀରେ ଫିଦା ।ଏହାର ପ୍ରଥମ ନିବେଦନ ଥିଲା ଗଣେଶ ଙ୍କ ସ୍ତୁତି ।ପ୍ରେମ ରେ ଭାକ୍ତିକ ସମର୍ପଣର ଚେତନାକୁ ତୋଳି ଧରିଥିଲେ ଅନୁଷ୍ଠାନର ଶିଳ୍ପୀଗଣ ।ପରେ ପରେ ପ୍ରେମ ଭାବ ର ତରଙ୍ଗକୁ ରଙ୍ଗମଚରେ ଖେଳାଇ ଦେଇଥିଲେ ନୃତ୍ୟାଙ୍ଗନା ମାନେ । କୋଣାର୍କ ଉତ୍ସଵ ର  ଉଦଯାପନୀ ସନ୍ଧ୍ୟାରେ  ମୁକ୍ତାଆକାଶ ରଙ୍ଗମଞ୍ଚ ରେ ଦର୍ଶକ ଗ୍ୟାଲେରୀ ରେ ପ୍ରବଳ ଗହଳି ଦେଖାଯାଇଥିଲେ ଫଳରେ ବାଧ୍ୟ ହୋଇ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ମୁଖ୍ୟ ପ୍ରବେଶ ଫାଟକ ଓ ଅନ୍ୟ ଫାଟକ ରେ ତାଲା ପକାଇ ଦେଇଥିଲେ ।ଏପରି ହୋଇଥିଲା ଯେ ଭିତରକୁ କିଛି ପାସ ଧାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଛଡା ଯାଇନଥିଲା ।ସେପଟେ ଚନ୍ଦ୍ରଭାଗା ର ସ୍ବଣ୍ଣାଭ ବାଲୁକା  ରାଶିର ବାଲୁକା ସ୍ତୁପ ରେ
କରୋନା ସଚେତନା ର ବାର୍ତ୍ତା  ଦେଇଥିଲେ ବାଲୁକା କଳା ଶିଳ୍ପୀ ।ଏହାକୁ ଦେଖିବା ପାଇଁ ଚନ୍ଦ୍ରଭାଗା ରେ ପ୍ରବଳ ଜନସମାଗମ ହୋଇଥିଲା  ସତେ ଯେପରି କୋଭିଡ଼ି କଟକଣା କୁ ପ୍ରଶାସନ ସହ  ଦେଖଣାହାରୀ ମାନେ ଭୁଲି କରୋନା ମହାମାରୀ କୁ ନିମନ୍ତ୍ରଣ କରୁଥିବାର ସଂନ୍ଦେହ ସୃଷ୍ଟି ହେଉଥିଲା ।ପାଞ୍ଚଦିନ ଏହି କାର୍ଯ୍ୟକ୍ରମ କୁ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଉପସ୍ଥିତ ରହି ପରିଚାଳନା କରିଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ  ସଂହତି ପାଣି ମଞ୍ଚ ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।
Nalco
Leave A Reply