Odisha news

ନବରାତ୍ରୀ ରେ କଦାପି କରନ୍ତୁ ନାହିଁ ଏହିସବୁ ଭୁଲ, ଜୀବନରେ ଦେଖାଯିବ ବିଭିନ୍ନ ବିପତି

0

ଶାରଦୀୟ ନବରାତ୍ରୀ ରେ ବିଶ୍ୱ ସମ୍ପୂର୍ଣ ଉତ୍ସବ ମୁଖର ହୋଇ ଉଠିଛି l ବର୍ତମାନ ଜଗତଜନନୀ ମହିଷାମର୍ଦିନୀ ମା ଦୁର୍ଗା ଧରାପୃଷ୍ଠ କୁ ଅବତରଣ କରି ଥାଆନ୍ତି l ଏହି ପୂଜା ୯ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ l ଏହି ସମୟରେ ମାଙ୍କୁ ସମସ୍ତେ ଉପାସନା କରି ଜୀବନ ରୁ ଦୁଃଖ ଦୁର୍ଦଶା ଦୂର କରି ଥାଆନ୍ତି l

– ମାଙ୍କ ପୂଜା ସମୟରେ କିଛିଟା ଏପରି କାର୍ଯ୍ୟ ରହିଛି ଯାହା କଦାପି କରିବା ଉଚିତ ନୁହେଁ l ଏହି କାର୍ଯ୍ୟ ଗୁଡିକୁ କରିବା ଦ୍ୱାରା ମା ଅସନ୍ତୁଷ୍ଟ ହୋଇ ଥାଆନ୍ତି l

– ନବରାତ୍ରୀ ସମୟରେ ପିଆଜ ରସୁଣ ସେବନ କରିବା ଉଚିତ ନୁହେଁ l ଏହାଛଡା ମଦ ଓ ମାଂସ ବର୍ଜନୀୟ ଅଟେ l

– ବ୍ରତ କରୁଥିବା ଲୋକମାନେ ତଳେ ଶୋଇବା ଉଚିତ ଓ ସାକାହାରୀ ଭୋଜନ କରିବା ଆବଶ୍ୟକ l

– ନବରାତ୍ରୀ ସମୟରେ ନିଜର ମନ, କ୍ରୋଧ, ବଚନ ଓ କର୍ମ ରେ ଶୁଦ୍ଧତା ରଖନ୍ତୁ l

– ନବରାତ୍ରୀ ସମୟରେ କେଶ ଓ ନଖ କାଟିବା ବର୍ଜନୀୟ ଅଟେ ଓ ଚମଡ଼ାରେ ପ୍ରସ୍ତୁତ ଜିନିଷ ବ୍ୟବହାର କରନ୍ତୁ ନାହିଁ l

– ଅଶୁଦ୍ଧ ମନ , ଅଶୁଦ୍ଧ ବିଚାର, ଅଶୁଦ୍ଧ ଚିନ୍ତା ମନରେ ରଖିବା ଉଚିତ ନୁହେଁ l ଯାହାଦ୍ୱାରା ବ୍ରତରେ ବାଧା ଉପୁଜି ଥାଏ l

Leave A Reply