ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଛି, ମା ଜଗତଜନନୀ ଦୁର୍ଗତିନାଶିନୀ ଦୁନିଆରୁ ପାପର କ୍ଷୟ ଓ ଧର୍ମର ଜୟ କରାଇବା ପାଇଁ ଧରାବତରଣ କରି ସାରିଛନ୍ତି l ଏହି ଶାରଦୀୟ ନବରାତ୍ରୀ ସମୟରେ ସମଗ୍ର ବିଶ୍ୱଟି ସମ୍ପୂର୍ଣ ଭାବରେ ଗୋଟିଏ ସୁନ୍ଦର ଅନୁଭୂତି ନେଇ ଆମ ମାନଙ୍କ ପାଇଁ ଆସିଥାଏ l ଏହି ଶାରଦୀୟ ନବରାତ୍ରୀ ସମୟରେ ମା ଦୁର୍ଗତିନାଶିନୀ ଙ୍କ ଅନୁଗ୍ରହ ରୁ ସାରା ବ୍ରହ୍ମାଣ୍ଡ ପବିତ୍ର ବାତାବରଣ ରେ ପୁରି ଉଠିଥାଏ l
* ଆଜି ହେଉଛି ନବରାତ୍ରୀ ର ତୃତୀୟ ଦିନ -:
ନବରାତ୍ରୀ ର ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଆଜିର ଦିନଟି ମାଙ୍କ ର ଗୋଟିଏ ଗୁରୁତ୍ୱପୂର୍ଣ ପୂଜା ଦିନ ଅଟେ l ଆଉ ଏହିଦିନ ମା ଚନ୍ଦ୍ରଘଣ୍ଟା ଙ୍କ ବିଗ୍ରହ କୁ ପୂଜା କରାଯାଏ l ମା ଚନ୍ଦ୍ରଘଣ୍ଟା ଶତୃହନ୍ତା ଅଟନ୍ତି l ସେ ଶତୃ ମାନଙ୍କର ବିନାଶ କରି ଥାଆନ୍ତି l ଏହିଦିନ ମାଙ୍କ ପୂଜା ଖୁବ ଗୁରୁତ୍ୱପୂର୍ଣ ଅଟେ l
* ମା ଚନ୍ଦ୍ରଘଣ୍ଟା ଙ୍କ ଉତ୍ପତି -:
ମା ଚନ୍ଦ୍ରଘଣ୍ଟା ଙ୍କ ଉତ୍ପତି ଅସୁର ଓ ଦାନଵ ଙ୍କୁ ସଂହାର କରିବା ପାଇଁ ସୃଷ୍ଟି ହୋଇଥିଲା l ମା ଚନ୍ଦ୍ରଘଣ୍ଟା ଙ୍କ ଦଶଭୁଜା ବିଶିଷ୍ଟ, ଯେଉଁଥିରେ ତ୍ରିଶୂଳ, ଖଡଗ, ଧନୁଷ, ଗଦା, ତୀର ଇତ୍ୟାଦି ରହିଥାଏ l ମାଙ୍କ ଶରୀରର ରଙ୍ଗ ସ୍ୱର୍ଣ୍ଣିମ ଅଟେ l ସେ ସର୍ବଦା ଯୁଦ୍ଧ ମୁଦ୍ରାରେ ଶତ୍ରୁ ଓ ଦାନଵ ଙ୍କ ସଂହାର ପାଇଁ ଏହି ରୂପ ଧାରଣ କରନ୍ତି l ମା ଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ସ୍ଥାପିତ ହୋଇଥାଏ ସେଥିପାଇଁ ମାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଇ ଥାଏ l ମା ଜଗତଜନନୀ ଅସୁର ସଂହାର ପାଇଁ ଏହି ରୂପ ଧାରଣ କରିଥିଲେ l
* ମା ଚନ୍ଦ୍ରଘଣ୍ଟା ସମୃଦ୍ଧିର ପ୍ରତୀକ -:
ଶାସ୍ତ୍ର କହୁଛି ଯେ ମା ଚନ୍ଦ୍ରଘଣ୍ଟା ଶକ୍ତି ଓ ସମୃଦ୍ଧିର ପ୍ରତୀକ ଅଟନ୍ତି l ମାଙ୍କ ଘଣ୍ଟ ଧ୍ୱନୀରେ ଶତୃ ଓ ଦାନଵ ଥରି ଉଠନ୍ତି l ମା ନିଜର ଭକ୍ତ ମାନଙ୍କ ଉପରେ ସର୍ବଦା କୃପା ଦୃଷ୍ଟି ରଖି ଥାଆନ୍ତି ଓ ସମସ୍ତ ସଙ୍କଟ ରୁ ରକ୍ଷା କରନ୍ତି l ମାଙ୍କ କୃପା ଯେଉଁ ଭକ୍ତ ଉପରେ ରହିଥାଏ ତା ଜୀବନ ରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ l
* ମା ଚନ୍ଦ୍ରଘଣ୍ଟା ଙ୍କ ପୂଜାବିଧି ଓ ମନ୍ତ୍ର -:
– ମା ଚନ୍ଦ୍ରଘଣ୍ଟା ଙ୍କୁ ନାରଙ୍ଗୀ ଖୁବ ପସନ୍ଦ l କୁହାଯାଏ ଯେ ନାରଙ୍ଗୀ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଜୀବନ ରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ l ଏହାଦ୍ୱାରା ଭୟରୁ ମୁକ୍ତି ମିଳିଥାଏ l
– ମାଙ୍କ ନିକଟରେ ଦୁଗ୍ଧ ଜାତୀୟ ଜିନିଷର ପ୍ରସାଦ ଅର୍ପଣ କରନ୍ତୁ l ଯେପରିକି ଖିରୀ, ଛେନା, ଇତ୍ୟାଦି ପ୍ରସାଦ ଲଗାଇବା ଜରୁରୀ ଅଟେ l
– ମାଙ୍କର ସବୁଠୁ ପ୍ରିୟ ଫୁଲ ହେଲା ସଂଖପୁସ୍ସି ଫୁଲ l ଏହି ଫୁଲ ମାଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ଜୀବନ ରୁ ଦୁଃଖ ଦୂର ହୋଇଥାଏ l
– ମାଙ୍କ ମନ୍ତ୍ର – ଯା ଦେବୀ ସର୍ବଭୂତେଷୁ ଚନ୍ଦ୍ରଘଣ୍ଟା ରୁପେଣ ସଂସ୍ଥିତା, ନାମୋତସ୍ଥେଇ , ନାମୋତସ୍ଥେଇ , ନାମୋତସ୍ଥେଇ l
