ସନାତନ ଧର୍ମ ରେ ଚୈତ୍ର ନବରାତ୍ରି ର ବିଶେଷ ମହତ୍ୱ ରହିଛି , ଏହି ପର୍ବ କେବଳ ଶକ୍ତି ଓ ଉପାସନା ର ସମୟ ନୁହେଁ , ବରଂ ଜୀବନ ରେ ସକାରାତ୍ମକ ଓ ନୂଆ ଉର୍ଜା ର ଆଗମନ ଅଟେ l ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖ ଗୁରୁବାର ଠାରୁ ଆରମ୍ଭ ହେଉଛି l
ଧାର୍ମିକ ପରମ୍ପରା ଅନୁସାରେ ଶ୍ରଦ୍ଧାଳୁ ଏହି ୯ ଦିନ ଯଦି ମା ଙ୍କ ନିକଟ ରେ ସମର୍ପଣ ଭାବନା ସହିତ ପୂଜା କରିବେ ତେବେ ଜୀବନ ରୁ ନକାରାତ୍ମକ ଉର୍ଜାର ବିନାଶ ହୋଇଥାଏ l
କରନ୍ତୁ ଏହି ୩ ଉପାୟ -:
* ନବରାତ୍ରି ର ପ୍ରଥମ ଦିନ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ନିହାତି କରିବେ l ଏହାଦ୍ୱାରା ଆର୍ଥିକ ଅସୁବିଧା ଦୂର ହୋଇଥାଏ l ଏବଂ ଘରେ ନକାରାତ୍ମକ ଶକ୍ତି ର ପ୍ରବେଶ ହୋଇପାରେ ନାହିଁ l
* ପ୍ରଥମ ଦିନ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ରେ ତୋରଣ ପ୍ରସ୍ତୁତ କରି ଟାଙ୍ଗି ଦିଅନ୍ତୁ l ନବରାତ୍ରି ର ପ୍ରଥମ ଦିନ ଆମ୍ବ ପତ୍ର ରେ ତ୍ୱରଣ ଲଗାଇବା ଦ୍ୱାରା ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ l
* ଘରର ମୁଖ୍ୟ ଦ୍ୱାର ର ଡାହାଣ ପାର୍ଶ୍ୱରେ ନବରାତ୍ରି ର ପ୍ରଥମ ଦିନ ରେ ଘଟ ସ୍ଥାପନା କରନ୍ତୁ l ଏହାଦ୍ୱାରା ଶୁକ୍ର ଓ ଚନ୍ଦ୍ରମା ଙ୍କ ର ଶୁଭ ଦୃଷ୍ଟି ପରିବାର ଉପରେ ରହିବ l
ନବରାତ୍ରି ସନାତନ ଧର୍ମ ରେ ପାଳନ କରିବାର ତାତ୍ପର୍ଯ୍ୟ ହେଉଛି ଜୀବନରୁ ନକାରାତ୍ମକ ଶକ୍ତି ର ହ୍ରାସ ହୋଇଥାଏ l ଏବଂ ଜୀବନ ସୁଖମୟ ହୋଇଥାଏ l