ଗୁରୁବାର ଅକ୍ଟୋବର ୭ ତାରିଖ ଠାରୁ ହିନ୍ଦୁ ମାନଙ୍କର ଆସ୍ଥା ଓ ଭକ୍ତି ର ପର୍ବ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି । ଏହିଦିନ ମା ଦୁର୍ଗା ଙ୍କ ର ଦିବ୍ୟ ରୂପର ଆରାଧନା କରାଯାଇ ଥାଏ । ଏହି ନବରାତ୍ରୀ ପୂଜା ରେ ବାସ୍ତୁ ଶାସ୍ତ୍ରର ମଧ୍ୟ ଖୁବ୍ ମହତ୍ତ୍ଵ ରହିଛି । ମାନ୍ୟତା ଅନୁସାରେ ଏହି ସମୟରେ କିଛି ଏପରି ଉପାୟ କରିବା ଆବଶ୍ୟକ ଯାହା ଆମ ଘରକୁ ସକାରାତ୍ମକ ଶକ୍ତି ଆଣିବା ସହ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ ।
* ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ କରିବା ଉଚିତ୍ – ନବରାତ୍ରୀ ସମୟରେ ଘରକୁ ସୁଖ ସମୃଦ୍ଧି ଆଣିବା ପାଇଁ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ କରିବା ଆବଶ୍ୟକ । ତା ସହିତ ମାତା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ କରିବା ଦ୍ଵାରା ସୁଖ ସମୃଦ୍ଧି ଘରକୁ ଆସିଥାଏ ।
* ପୂଜା ସ୍ଥାନରେ ଆସନ ର ବିଶେଷ ଧ୍ୟାନ ରଖନ୍ତୁ – ଶାସ୍ତ୍ର ଅନୁସାରେ ଉତ୍ତର ଦିଗ କିମ୍ବା ଉତ୍ତରପୂର୍ବ ଦିଗରେ ମାଙ୍କ ଆସ୍ଥାନ ସ୍ଥାପନ କରିବା ଆବଶ୍ୟକ ଓ ଏହି ଦିଗରେ ମଧ୍ୟ ଘଟ ସ୍ଥାପନ କରିବା ମଧ୍ୟ ଉଚିତ୍ ।
* ୯ ଦିନ ପର୍ଯ୍ୟନ୍ତ ଜଳିଥାଏ ଅଖଣ୍ଡ ଦ୍ଵିପ – ନବରାତ୍ରୀ ସମୟରେ ମାଙ୍କ ଅଖଣ୍ଡ ଦ୍ଵିପ ୯ ଦିନ ପର୍ଯ୍ୟନ୍ତ ଜଳିବା ଶୁଭ ଅଟେ । ଏହି ଜ୍ୟୋତି କୁ ଆଗ୍ନେୟ କୋଣରେ ଜଳାଇ ରଖିବା ଉଚିତ୍ ।
* କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ – ନବରାତ୍ରୀ ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ ନୁହେଁ । କଳା ବ୍ୟତୀତ ନାଲି , ହଳଦିଆ , ସବୁଜ ଇତ୍ୟାଦି ରଙ୍ଗର ପୋଷାକ ପିନ୍ଧି ପାରିବେ ।
Comments are closed.