Odisha news

ନଟରାଜ ଶିବଙ୍କ ତାଣ୍ଡବ ନୃତ୍ୟ, ବ୍ରହ୍ମାଣ୍ଡ ର ରହସ୍ୟ ଓ ଵିଜ୍ଞାନ ର ଅଦ୍ଭୁତ ସଙ୍ଗମ

0

ନଟରାଜ ଭଗବାନ ଶିବ ଙ୍କ ରୂପ ଅଟନ୍ତି, ଯିଏକି ତାଣ୍ଡବ ନୃତ୍ୟ କରିଥିବାର ଆମେ ମୂର୍ତି ରେ ଦେଖିଥାଉ, ଏହା ନୃତ୍ୟ ସୃଷ୍ଟି ର ଉତ୍ପତି, ସଂରକ୍ଷଣ ଓ ବିନାଶ ର ପ୍ରତୀକ ବୋଲି କୁହାଯାଇଥାଏ l ମହାଦେବଙ୍କ ରୂପ ଅଟନ୍ତି ନଟରାଜ ମୂର୍ତି, ଏବଂ ଗୋଟିଏ ହାତରେ ଡମ୍ବରୁ ଏବଂ ଅନ୍ୟ ହାତରେ ଅଗ୍ନି ରହିଥାଏ, ଡମ୍ବରୁ ରୁ ସୃଷ୍ଟି ର ଧ୍ୱନୀ ବାହାରି ଥାଏ, ଯେବେକି ଅଗ୍ନି ବିନାଶ ଓ ପୁନର୍ଜନ୍ମ ର ପ୍ରତୀକ ଅଟେ l

* ନଟରାଜ ଙ୍କ ମୂର୍ତି କୁ ଧ୍ୟାନ ଦେଇ ଦେଖିବା ଦ୍ୱାରା ଜଣାପଡ଼ିଥାଏ ଯେ ମହାଦେବ ଗୋଟିଏ ବାମନ ରାକ୍ଷସ କୁ ନିଜ ପାଦତଳେ ଚାପି ରଖି ଥାଆନ୍ତି, ଯାହାକୁ ଅଜ୍ଞାନତା ର ପ୍ରତୀକ ଭାବରେ ଗ୍ରହଣ କରାଯାଏ, ଏବଂ ଏହା ଚେତନା ଓ ଜ୍ଞାନ ର ରହସ୍ୟ ବୋଲି କୁହାଯାଇଥାଏ l

* ନଟରାଜ ମୂର୍ତି ଙ୍କ ନୃତ୍ୟ କରୁଥିବା ମୁଦ୍ରା କୁ ବ୍ରହ୍ମାଣ୍ଡ ର ନିରନ୍ତର ଗତି ଓ ପରିବର୍ତ୍ତନ ର ସଂକେତ ମଧ୍ୟ ଗ୍ରହଣ କରାଯାଏ, ଏହା ସୂଚେଇ ଥାଏ ଯେ ସୃଷ୍ଟି ସର୍ବଦା ପରିବର୍ତନଶୀଳ ଓ ଗତିଶୀଳ ଅଟେ l

* ନଟରାଜ ମୂର୍ତି ଧାର୍ମିକ ସହିତ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ମୂଲ୍ୟବାନ ଅଟେ, ବିଜ୍ଞାନ ଦୃଷ୍ଟି କୋଣରୁ ନଟରାଜ ମୂର୍ତି ବ୍ରହ୍ମାଣ୍ଡ ର ଉର୍ଜା ର ପ୍ରତୀକ ଅଟେ, ଏବଂ ବିଜ୍ଞାନ ଦୃଷ୍ଟି କୋଣରୁ ଯଦି ନଟରାଜ ମୂର୍ତି କୁ କୌଣସି  ନକାରାତ୍ମକ କାର୍ଯ୍ୟ ସ୍ଥଳରେ ରଖା ଯାଇଥାଏ ତେବେ ସେଠାରୁ ସକାରାତ୍ମକ ଉର୍ଜା ର ସଂଚାର ହୋଇଥାଏ ବୋଲି କୁହାଯାଇଥାଏ l

Ad2
Leave A Reply