Odisha news

ନର୍ଲା ବ୍ଲକରେ ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଢିଲା : ନକଲି ଜାଲ ସାର୍ଟିଫିକେଟ ଯାଞ୍ଚ୍ ପ୍ରକ୍ରିୟାରେ ଶିଥିଳତା

0

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲାରେ ନକଲି ସାର୍ଟିଫିକେଟ ବିଭିନ୍ନ ପ୍ରକାରରେ ସଂଗ୍ରହ କରି ଅନେକ ବ୍ୟକ୍ତି ଶିକ୍ଷା ବିଭାଗ ଅଧିନରେ ଚାକିରି କରୁଥିଲେ ମଧ୍ୟ ଶିକ୍ଷା ବିଭାଗ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ନିତି ଅବଲମ୍ବନ କରୁଛି। ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ  ଓଟିସିଟି ନକଲି ସାର୍ଟିଫିକେଟ କିଣି ଆଣି ଥିବା ବେଳେ ନର୍ଲା ବ୍ଳକରେ ୩୦ରୁ ଉର୍ଦ୍ଧ ନକଲି ଓଟିଇଟି ସାର୍ଟିଫିକେଟ ଧାରୀ ଚାକିରି ଜୀବନ ଆରମ୍ଭ କରିଥିବା ଓ ବହୁ ଦିନରୁ ନକଲି ଜାଲ ସାର୍ଟିଫିକେଟରେ ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବର୍ତ୍ତମାନ ସିଆରସିସି ରୂପେ କାର୍ଯ୍ୟ ତୁଲାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ବାରମ୍ବାର ଚିଠି ହେଉଥିବା ସତ୍ତ୍ବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ବଡ଼ ପଦପଦବୀରେ ରହିଥିବା ବାବୁମାନେ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି। ପୁଣି ଯୁଗ୍ମ ସଚିବଙ୍କ ନିର୍ଦ୍ଦେଶକୁ ବେଖାତିରି କରି ଜାଲ ସାର୍ଟିଫିକେଟର ଯାଞ୍ଚ୍ ପ୍ରକ୍ରିୟାରେ ଶିଥିଳତା ପ୍ରକାଶ କରିଛନ୍ତି।ଜାଲ ସାର୍ଟିଫିକେଟର କାଗଜ ପତ୍ର ଆରଟିଆଇରେ ମାଗିଲେ ପରେ ମଧ୍ୟ ଥିଲୁ ନା ଥିବାରୁ ସନ୍ଦେହ ଘନିଭୂତ ହେବାରେ ଲାଗିଛି। ପୁଣି ସାର୍ଟିଫିକେଟ ଯାଞ୍ଚ୍ ପ୍ରକ୍ରିୟାରେ ସଚ୍ଛଲତା ନ ଥିବା ଜଣାପଡିଛି। ପ୍ରକାଶ ଥାଉ କି କିଛି ଦିନ ତଳେ  ବଉଦ ଜିଲ୍ଲାରେ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ଓଟିଇଟି ସାର୍ଟିଫିକେଟ ହାସଲ କରି ଯାଞ୍ଚ୍ ପରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରା ନ ଯିବା ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ତେବେ କେବେ ଏହି ନକଲି ଜାଲ ସାର୍ଟିଫିକେଟ କିଣି ଚାକିରି କରୁଥିବା ବାବୁମାନଙ୍କୁ ଧରାଯିବ ତାହା ଉପରେ ଜନସାଧାରଣଙ୍କ ନଜର ରହି ଆସୁଛି।

Govt
Leave A Reply