Odisha news

ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ। ପ୍ରଥମ ଦିବସରେ ଭବାନୀପାଟଣା ୭ ଉଇକେଟରେ ବିଜୟୀ

0
ନର୍ଲା (ଦୀପକ କୁମାର ଠାକୁର) ନର୍ଲା ହାଇସ୍କୁଲ ପଡ଼ିଆରେ ନର୍ଲା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟିତ ଦିବସରେ ଭବାନୀପାଟଣା ଫ୍ରେଣ୍ଡ୍ ସହ ରୁପ୍ରାରୋଡ ମଧ୍ୟରେ ଖେଳ ହୋଇଥିଲା। ପ୍ରଥମେ ଟସ ଜିଣି ରୁପ୍ରାରୋଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୪୦ ରନ କରିବାରେ ସକ୍ଷମ ହୋଇଥିଲେ। ପ୍ରତିପକ୍ଷ ଭବାନୀପାଟଣା ଦଳର ଦିନେଶଙ୍କ ୩୪ ବଳରେ ବିସ୍ପୋରକ ୮୯ ରନ ସହାୟତାରେ ୧୩ ଓଭରରେ ୩ ଉଇକେଟ ହରାଇ ୧୪୨ ରନ କରିଥିଲେ। ଯାହା ଫଳରେ ଭବାନୀପାଟଣା ଫ୍ରେଣ୍ଡ୍ ସାତ ଉଇକେଟରେ ବିଜୟ ଲାଭ କରିଥିଲା। ଉଦଘାଟନୀ ଉତ୍ସବରେ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ୟାସଦେବ ବେହେରା, ସ୍ଥାନୀୟ ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ , ନର୍ଲା ଆଇଆଇସି ରମଣୀ ରଂଜନ ଦଳେଇ ଯୋଗଦାନ କରିଥିଲେ। ଖେଳଟିକୁ ସୁଧୀର ଧଙ୍ଗଡାମାଝୀ ଓ ପ୍ରଭୋଦ ଚାନ୍ଦ ପରିଚାଳନା କରିଥିଲେ।
Govt
Leave A Reply