କଟକ(ରାଜେଶ କୁମାର ଲେଙ୍କା):- ନେତାଜୀ ଜୟନ୍ତୀ ଅବସରରେ କରୋନା ମହାମାରୀରେ ରକ୍ତସଂକଟରୁ ଦୂରପାଇଁ ଓଡ଼ିଶା ମୋ-ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ କଟକଜିଲ୍ଲା ବିଜୁଯୁବ ଜନତାଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କଟକଜିଲ୍ଲା ବିଜୁଯୁବ ଜନତାଦଳ ତରଫରୁ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀ କଲେଜଛକ ଅମ୍ବିକା ରେସିଡେନ୍ସି ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା, ଓଡିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ସାଂସଦ ଭର୍ତ୍ତୁହରି ମହତ୍ତାବ,ରାଜ୍ୟସଭା ସାସଂଦ ସୁବାଷ ସିଂ,ବିଧାୟକ ସୌଭିକ ବିଶ୍ଵାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୁର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ,ବିଜେଡି ଷ୍ଟାର କ୍ୟାମ୍ପେନର ତଥା ଅଭିନେତା ଅରିନ୍ଦମ ରାୟ,ମହମ୍ମଦ ସକିଲ, ବିଜେଡି ରାଜ୍ୟ ସମ୍ପାଦକ ନିଶିତ କରଣ,ପ୍ରଶାନ୍ତ ନାୟକ,ନଗର ସଭାପତି ମଧୁସୂଦନ ସାହୁ,ସମ୍ପାଦକ ତାପସ ମହାନ୍ତି, ଛାତ୍ରନେତା ହରିଶଙ୍କର ରାଉତ୍ତ,ଭବାନୀଶଙ୍କର ଦାସ,ଅପର୍ଣ୍ଣା ଅପରୂପା,ବିଜେଡି ଯୁବନେତା ଶିଶିର ପରିଜା,ଜ୍ଞାନେନ୍ଦ୍ର ଗିରିଗୋସ୍ଵାମୀ,ମନୋଜିତ ଦାସ୍,ଫିରୋଜ ମହାପାତ୍ର, ପୁର୍ବତନ କର୍ପୋରେଟର ଜୟଦେବ ଜେନା,ଚିରଞ୍ଜୟ ସାହୁ,ସୌଭାଗିନି ଜେନା,ସୂଲୋଚନା ସେଠୀଙ୍କ ସହ ବରିଷ୍ଠ ନେତା,କର୍ମୀ, ସମାଜସେବୀ ନରେନ୍ଦ୍ର ପାତ୍ର,ଦେବକୁମାର ନାଥ,ସୁରେନ୍ଦ୍ର ପାତ୍ର,ଅଭିଜିତ୍ ପାତ୍ର,ଜଗନ୍ନାଥ ସାହୁ,ଅରବିନ୍ଦ ସିଂ,କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ରହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।।ହିମାଂଶୁ ସାହୁ,ଅଭୟଗୌରବ ସାହୁ,ମଣ୍ଟୁ ମହାରଣା,ମନୋଜ ଲେଙ୍କା,ରାଜକିଶୋର ପୁରି,ରମେଶ ସାହୁ,ସମୀର ଷେଣ୍ଢ,ଆଶୁତୋଷ ବେହେରା, ଅଭୟଗୌରବ ସାହୁ,ଅମିତ ପାତ୍ର,ଦିପ୍ତିମୟୀ ବାରିକ,ବର୍ଷାରାଣୀ ଲେଙ୍କା,ତନ୍ମୟ ସାହୁ,ସତ୍ୟପ୍ରକାଶ ସାହୁ ସାହିଲ,ରୋଶନ,ରାଜକୁମାର ସାହୁ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ ।ଜିଲ୍ଲା ଯୁବ ସଭାପତି ସ୍ମୃତିରଞ୍ଜନ ନାୟକ ଓ ଉପ ସଭାପତି ଲୋକନାଥ ଲେଙ୍କାଙ୍କ ନେତୃତ୍ୱରେ ରକ୍ତଦାନ କାର୍ଯ୍ୟକ୍ରମରେ ସମସ୍ତ ଅତିଥି,ଶୁଭେଚ୍ଛୁ, ରକ୍ତଦାତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ।। ଏହି ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୨୫୫ୟୂନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ସମସ୍ତ ରକ୍ତଦାତା ଓ ଆୟୋଜକ କର୍ମକର୍ତ୍ତାଙ୍କୁ ପୁର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ଵାଳ କୃତଜ୍ଞତା ଜ୍ଞାପନ କରିଛନ୍ତି ।କରୋନା ମହାମାରୀରେ ରକ୍ତାଭାବରୁ ଯେପରି କାହାର ମୃତ୍ୟୁ ନହୁଏ ସେ ନେଇ ଆଗାମୀ ଦିନରେ ରକ୍ତଦାନ ଶିବିର ବହୁଳ ମାତ୍ରାରେ ହେବବୋଲି ପ୍ରଭାତରଞ୍ଜନ ବିଶ୍ଵାଳ ଜଣାଇଛନ୍ତି ।
