ନର୍ଲା ବ୍ଲକ ର ବିଭିନ୍ନ ଧାନ ମାଣ୍ଡୀରେ ହଜାର ହଜାର ବସ୍ତା ପଡି ରହିଛି : ମେଘୁଆ ପାଗ ଦେଖି ଚିନ୍ତାରେ ଚାଷୀ , ଟାର୍ଗେଟ ନ ଥିବାରୁ ଧାନ ଉଠାଣ ମନ୍ଥର
ନର୍ଲା (Deepak Thakur) : ନର୍ଲା ବ୍ଲକର ବିଭିନ୍ନ ଧାନ ମଣ୍ଡୀରେ ହଜାର ହଜାର ଧାନ ବସ୍ତା ଗୁଡିକ ଖୋଲା ଆକାଶ ତଳେ ପଡି ରହିଛି । ଫଳରେ ସାମାନ୍ୟ ମେଘୁଆ ପାଗ ଦେଖା ଦେଲେ ଚାଷୀ ମନରେ ଛନକା ପସୁଛି । ନର୍ଲା ମଣ୍ଡୀରେ ଧାନ କ୍ରୟ ପ୍ରକ୍ରିୟା ଏବେ ଚରମ ସିମା ରେ ରହିଥିବା ବେଳେ ନର୍ଲା ବ୍ଲକ ବିଭିନ୍ନ ମଣ୍ଡୀରେ ଚାଷୀଙ୍କ ହଜାର ହଜାର ଧାନ ବସ୍ତା ପଡି ରହିଛି । ଦୁଇ ମାସ ମଧ୍ୟରେ ୬୦ ଶତକଡା ଚାଷୀଙ୍କ ଧାନ ଉଠାଣ ହୋଇଛି । ଧାନ କ୍ରୟ ନିମନ୍ତେ ନର୍ଲା ବ୍ଲକ ଅଧୀନ ୭ ଟି ପେକ୍ସ ତଥା ନର୍ଲା ,ରୁପ୍ର।ରୋଡ , ଶାନ୍ତପୁର ,ଭାନପୁର ,ପଲମ ,ତୁଳପଡା ,ଓ ରୁପ୍ରା ଅଧୀନରେ ୨୦ ଟି ଧାନ କ୍ରୟ କେନ୍ଦ୍ର ରେ ଧାନ କ୍ରୟ କରୁଛନ୍ତି । ବର୍ତମାନ ସ୍ଥିତିରେ ନର୍ଲା ,ତୁଳପଡା ,ଭାନପୁର ,ଭୀମକେଲ ,ମଣ୍ଡେଲ ସମେତ ପ୍ରାୟ ସମସ୍ତ ମଣ୍ଡିରେ ହଜାର ହଜାର ଧାନ ପଡି ରହିଛି ।
ଅନେକ ଦିନ ହେଲା ଧାନ ଉଠି ନ ଥିବାରୁ ଚାଷୀ ମାନେ ସମସ୍ୟା ଭୋଗୁଛନ୍ତି ତଥା ନର୍ଲା ମଣ୍ଡିରେ ପୂର୍ଣ ଚନ୍ଦ୍ର ପଣ୍ଡାଙ୍କ ୬୦ କୁଇଣ୍ଟାଲ ,ରଘୁମଣି ରାଣା ଙ୍କ ୬୧ କୁଇଣ୍ଟାଲ ,ଜୈମିନୀ ନାଏକ ଙ୍କ ୨୫୦ କୁଇଣ୍ଟାଲ ,ପୀତବାସ ନାଗ ଙ୍କ ୪୦ କୁଇଣ୍ଟାଲ ,ଆନନ୍ଦ ବାଗ ଙ୍କ ୯୫ କୁଇଣ୍ଟାଲ ସମେତ ପ୍ରାୟ ୫୭ ଜଣ ଚାଷୀଙ୍କ ୪୩୦୦ କୁଇଣ୍ଟାଲ ଧାନ ପଡି ରହିଛି । ଚାଷୀଙ୍କ ଅଭିଯୋଗ ଅନୁଯାଇ ଏକ ନୂଆ ମିଲ କୁ ନର୍ଲା ମଣ୍ଡୀ ପାଇଁ ଦେବାକୁ ପ୍ରଶାସନ ଦ୍ରୁଷ୍ଟି ଆକର୍ଷଣ କରି ଛନ୍ତି । ଡିସେମ୍ବର ୩୦ ତାରିଖ ରେ ଟୋକନ ପାଇଁ ଆସିଥିବା ଚାଷୀ ଚିନ୍ମୟ ଚାନ୍ଦ ଙ୍କ ଧାନ ବି ଉଠି ନ।ହିଁ ଓ ଡିସେମ୍ବର ୩୦, ଜାନୁଆରୀ ୨୧,୨୭,୨୮, ଟୋକନ ଲେଫ୍ସ ହୋଇଥିବା ଚାଷୀ ଜଣାଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଙ୍କୁ ପଚାରି ବାରୁ ଟୋକେନ ପାଇବା ତାରିଖ କେମିତି ଲେଫ୍ସ ହେଲା କହି ପାରିବି ନ।ହିଁ ବୋଲି ପ୍ରଶ୍ନର ଉତ୍ତର ଦେଇଥିଲେ । ଏଣୁ ନର୍ଲା ବ୍ଲକ ର ସମସ୍ତ ଚାଷୀମଣ୍ଡୀରୁ କିପରି ଧାନ ସିଧା ଉଠିବ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ।