ନର୍ଲା :(ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ଶ୍ରୀପୁର ଗ୍ରାମ ନିକଟ ସାନ୍ଦୁଲ ନଦୀ ବାଲିଘାଟରୁ ନର୍ଲା ତହସିଲଦାରଙ୍କ ଦ୍ବାରା ୩ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି।ଓଡି ୦୮ଜି୦୭୯୩ , (ଓଡି ୦୮ ଏଚ୯୬୬୭ ନମ୍ବର ଥିବା ଦୁଇ ଗୋଟି ଟ୍ରାକ୍ଟର ସହ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଉକ୍ତ ବାଲି ଘାଟରୁ ବାଲି ଉତ୍ତୋଳନ କରାଯାଉଥିବା ବେଳେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ,ରାଜସ୍ଵ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ ,ନିଶାଣପୁର ଆର୍ ଆଇ ଲୋହିତ ବଗର୍ତ୍ତିଙ୍କ ଉପସ୍ଥିତିରେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଦୁଇଗୋଟି ନମ୍ବର ଉଲ୍ଲେଖ ଥିବା ଟ୍ରାକ୍ଟରକୁ ଜବତ କରାଯାଇ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନ୍ୟପଟେ ନମ୍ବର ବିହୀନ ଟ୍ରାକ୍ଟରଟି ଘଟଣା ସ୍ଥଳରୁ ଫେରାର ହେଉଥିବା ବେଳେ ସମ୍ପୃକ୍ତ ଅଧିକାରୀ ଟ୍ରାକ୍ଟରର ପିଚ୍ଛା କରି ଅଟକାଇଥିଲେ। ଟ୍ରାକ୍ଟର ଚାଳକ ଓ ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ତହସିଲଦାର ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ନର୍ଲା ପୋଲିସ ଆସିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ନମ୍ବର ନଥିବା ଟ୍ରାକ୍ଟର ଜରିମାନା ନ ଦେବାରୁ ଟ୍ରାକ୍ଟର ଜବତ କରାଯାଇ ନର୍ଲା ଥାନାକୁ ଅଣାଯାଇଥିଲା।