Odisha news

ନର୍ଲାରେ ଦଲା‌ଲ ଖୋଲିଛି ଅସ୍ଥାୟୀ ଧାନ ଗୋଦାମ, ବେଧଡକ ଭାବେ ଚାଲିଛି ଧାନ କିଣା

0

ନର୍ଲା(ଦୀପକ କୁମାର ଠାକୁର) ଚାଷୀଙ୍କ ଠାରୁ ସମବାୟ ସମିତି ମାଧ୍ୟମରେ ଧାନ କିଣା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଗାଁ ଗାଁରେ ଦଲାଲ ଧାନ ସଂଗ୍ରହ କରି ନର୍ଲା ମୁଖ୍ୟ ରାସ୍ତା ଉପରେ ଅସ୍ଥାୟୀ ଗୋଦାମ ଖୋଲି ଖୁଲମଖୁଲା ଧାନ କିଣୁଥିବା ବେଳେ ଆଖି ବନ୍ଦ କରି ଶୋଇଛି ପ୍ରଶାସନ। ଚାଷୀଙ୍କ ଠାରୁ ୭ଶହ ଟଙ୍କାରୁ ୧୨ଶହ ଟଙ୍କା ମୂଲ୍ୟରେ ଧାନ କିଣୁଥିବା ଅଭିଯୋଗ ହୁଏ।

ଏହି ଦଲାଲ ମାନେ ଦିନ ଦ୍ବିପହରରେ ଗାଡିଲଗାଇ ଧାନ କିଣୁଥିବା ବେଳେ ବିଭିନ୍ନ ସ୍ଥାନରେ ଗୋଦାମ ଖୋଲି ଧାନ ଲୁଚାଇ ରଖୁଛନ୍ତି। ଏପରିକି କେତେକ ଦଲାଲ କାଗଜପତ୍ର କରି ମିଲରଙ୍କୁ ହାତ କରି ବେଆଇନ ଭାବେ ଜିଲ୍ଲା ଓ ରାଜ୍ୟ ବାହାରକୁ ଏହି ଧାନ ଚାଲାଣ କରୁଥିବା ଅଭିଯୋଗ ହେଉଛି। ଦଲାଲଙ୍କ ଦ୍ବାରା ଟ୍ରିପ ଟ୍ରିପ ଧାନ ଚାଲାଣ କରୁଥିବା ବେଳେ ଏହାର ଟେର ପାଉନି ପ୍ରଶାସନ। କେବଳ ଚାଷୀ ନୁହେଁ ଦଲାଲଙ୍କ କବଳରେ ପଡ଼ିଛନ୍ତି ସମବାୟ ସମିତି କର୍ମଚାରୀ ମାନେ। ଦଲାଲମାନେ କର୍ମଚାରୀଙ୍କୁ ହାତ କରି ଟୋକନ ହାତେଇବାରେ ଲାଗିଛନ୍ତି। ତୁରନ୍ତ ଦଲାଲଙ୍କ ଧାନ ଚୋରା ଚାଲାଣ ଓ ଧାନ କିଣାକୁ ବନ୍ଦ କରିବାକୁ ଦାବି ହେଉଛି।

Leave A Reply