ନର୍ଲା (ଦୀପକ କୁମାର ଠାକୁର)ନର୍ଲା ବ୍ଳକ ରୁପ୍ରାରୋଡ ଭମରପଡା ନିକଟରେ ଗତ ରାତି ପ୍ରାୟ ୧୧ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ସହିତ ମହିନ୍ଦ୍ରା ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟରଟି ଭାଙ୍ଗି ଚୁରମାର ହୋଇ ଥିବା ବେଳେ ବୋଲେରୋର ଅଗ୍ର ଭାଗ ଭାଙ୍ଗି ଯାଇଥିବା ଦେଖା ଦେଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଟ୍ରାକ୍ଟରଟି ରେଖପୁର ଗ୍ରାମର ଥୟ ଭୋଇଙ୍କ ହୋଇଥିବା ବେଳେ ମେଦିନୀପୁର ସରଲାଞ୍ଜିର ଆନନ୍ଦ ପୁଟେଲ ଡ଼୍ରାଇଭରଙ୍କୁ ସାମାନ୍ୟ ଆଘାତ ହୋଇଥିବାରୁ ନର୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାଯାଏ। OR08B8111ନଂ ବୋଲେରୋରେ ପାଞ୍ଚ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।