Odisha news

ଆମେରିକା, ଭାରତକୁ ରୁଷ ଠାରୁ ଦୂରେଇବା ପାଇଁ ନେଲା ବଡ଼ ପଦକ୍ଷେପ

0
ନୂଆଦିଲ୍ଲୀ : ରୁଷ ସହିତ ଭାରତର ସମ୍ପର୍କକୁ ଦେଖି ଆମେରିକା ବର୍ତମାନ ଭାରତ ସହିତ ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ ଲାଗି ଯାଇଛି l ଆମେରିକା ଭାରତ ସହିତ ରାକ୍ଷାକ୍ଷେତ୍ର ରେ ଗୋଟିଏ ବଡ଼ ଡୀଲ କରିବାକୁ ଯାଉଛି l ଏହି ବିଷୟରେ ସୂଚନା ମିଳିଛି ଯେ ଭାରତ ଯେପରି ରୁଷ ଅସ୍ତ୍ରଶସ୍ତ୍ର ଉପରେ କମ ନିର୍ଭର କରିବ ସେଥିପାଇଁ ସୈନ୍ୟ ସହାୟତା ପ୍ୟାକେଜ ଆମେରିକା ପ୍ରସ୍ତୁତ କରୁଛି l
ବଲୁମରଗ ଗୋଟିଏ ରିପୋର୍ଟ ଅନୁସାରେ ବିଚାରାଧୀନ ପ୍ୟାକେଜ ୫୦୦ କୋଟି ଡଲାର ପର୍ଯ୍ୟନ୍ତ ହେବାର ରହିଛି l ଇସ୍ରାଏଲ ଓ ମିଶର ପରେ ଭାରତ ଆମେରିକାର ଏଭଳି ସହାୟତା ଲାଭ କରିବାର ସବୁଠୁ ବଡ଼ ଦେଶ ଅଟେ l ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଙ୍କ ମତ ଅନୁସାରେ ୟୁକ୍ରେନ ଉପରେ ରୁଷ ର ଆକ୍ରମଣ କୁ ଭାରତ ନିନ୍ଦା କରି ନଥିଲା, ଏହା ସତ୍ୱେ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ପ୍ରଶାସନ ପକ୍ଷରୁ ଏହା ଗୋଟିଏ ବଡ଼ ପ୍ରୟାସ କରାଯାଉଛି, କାହିଁକି ନା ଭାରତକୁ ଗୋଟିଏ ଦୀର୍ଘ କାଳୀନ ଭାଗିଦାରୀ କରାଯାଇ ପାରିବ l
ଆମେରିକୀୟ ଅଧିକାରୀ କହିଛନ୍ତି ଯେ ‘ଆମେରିକା ଭାରତ ଗୋଟିଏ ବିଶ୍ୱସନୀୟ ଭାଗିଦାରୀ ହେବାକୁ ଚାହୁଁଛି l ଭାରତ ମଧ୍ୟ ପୂର୍ବରୁ ଚେଷ୍ଟା କରୁଥିଲା ଯେ ସେ ନିଜର ସୈନ୍ୟ ଉପକରଣ ପାଇଁ ରୁଷ ଉପରେ ନିର୍ଭର କମ କରୁ ଓ ଆମେରିକା ସାହାଯ୍ୟରେ ଏହି କାର୍ଯ୍ୟ ଖୁବ ଶୀଘ୍ର ହୋଇଯିବ l ଆମେରିକା ଓ ଭାରତ ମଧ୍ୟରେ ଯେଉଁ ବିତିୟ ପ୍ୟାକେଜ ବିଷୟରେ ଚର୍ଚା ଚାଲିଛି ତାହା ବର୍ତମାନ ର ସିଷ୍ଟମ ପାଇଁ ଖୁବ କମ ଅଟେ l ଏହି ସିଷ୍ଟମ ପାଇଁ ଦଶ ଅରବ ଡଲାର ରୁ ଅଧିକ ମଧ୍ୟ ଖର୍ଚ୍ଚ ହୋଇପାରେ l କିନ୍ତୁ ଆମେରିକା ଏହି ପ୍ୟାକେଜ ଦେଇ ଭାରତ ପ୍ରତି ଗୋଟିଏ ପ୍ରତୀକରତ୍ମକ ସଂକେତ ଦେବାକୁ ଚାହୁଁଛି l
Leave A Reply

Your email address will not be published.