Odisha news

ଅର୍ଜୁନ କପୁର ଙ୍କ ବଧୂ ସାଜିବେ ବଲିଉଡ ଅଭିନେତ୍ରୀ ମଲାଈକା ଅରୋଡ

0
ନୁଆଦିଲୀ : ବଲିଉଡ ର ମୋଷ୍ଟ ରୋମାଣ୍ଟିକ ଓ ଲଭେବୁଲ ଯୋଡି ମଲାଈକା ଅରୋଡ ଓ ଅର୍ଜୁନ କପୁର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଧ ହେବାକୁ ଯାଉଛନ୍ତି l ମିଳିଥିବା ସୂଚନା ଆଧାରରେ ଅର୍ଜୁନ ଓ ମଲାଈକା ନିଜର ପ୍ରେମ ସମ୍ପର୍କକୁ ଗୋଟିଏ ନୂଆ ନାଁ ଦେବାକୁ ଯାଉଛନ୍ତି l ଏହି ପ୍ରେମୀ ଯୁଗଳଙ୍କୁ ବିବାହକୁ ନେଇ ବର୍ତମାନ ବଲିଉଡ ରେ ପ୍ରବଳ ଚର୍ଚା ଚାଲିଛି l
ଗଣମାଧ୍ୟମ ସୂଚନା ଅନୁସାରେ ଅର୍ଜୁନ କପୁର ଓ ମଲାଈକା ବିବାହ କରି ଜୀବନ ସାଥି ହେବାକୁ ଯାଉଛନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ଯୋଡି ଚଳିତ ବର୍ଷ ନଭେମ୍ବର ଡିସେମ୍ବର ରେ ଶୀତଦିନେ ବିବାହ କରି ପାରନ୍ତି l ମେଡିଆ ରିପୋର୍ଟ ଅନୁସାରେ ବଲିଉଡ ର ନୂଆ ଟ୍ରେଣ୍ଡ କୁ ଫଲୋ କରି ଅର୍ଜୁନ ଓ ମଲାଈକା ଇନଟୀମେଣ୍ଟ ୱେଡୀଂଗ କରିବାକୁ ଯାଉଛନ୍ତି l ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଖୁବ କମ ଲୋକଙ୍କୁ ନେଇ ହେବ l ନିଜ ବିବାହ କୁ ରେଜିଷ୍ଟାର କରିବା ପରେ ଅର୍ଜୁନ ଓ ମଲାଈକା ପରିବାର ଓ ଇଣ୍ଡଷ୍ଟ୍ରି ର କିଛି ବ୍ୟକ୍ତିଙ୍କୁ ପାର୍ଟି ହୋଷ୍ଟ କରିବେ l
ଅର୍ଜୁନ ଓ ମଲାଈକା ଙ୍କ ବିବାହକୁ ତାଙ୍କ ପ୍ରଶଂସକ ମାନେ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି l ଏହି ସୂଚନା ତାଙ୍କ ପ୍ରଶଂସକ ମାନଙ୍କ ମନରେ ଖୁସି ଭରି ଦେଇଛି l
Leave A Reply

Your email address will not be published.